ସିଂଘିଯୁବା,(ବି.ବି.ନୁ୍ୟଜ୍): ଦୀର୍ଘ ଏକ ବର୍ଷରୁ ସରିଥିଲା ନିର୍ବନ୍ଧ । ଦୀର୍ଘ ଏବ ବର୍ଷର ଅପେକ୍ଷାର ଅନ୍ତ ଘଟି ଆଜି ବର ସାଜିଥାନ୍ତେ ଯୁବକ । ହାତରେ ମେହେନ୍ଦୀ ବି ରଚି ସାରିଥିଲେ । ବାହାଘରକୁ ନେଇ ବେଶ୍ ତପôର ଥିଲେ । ଆଜି ପ୍ରାତଃରୁ ଉଠି ଘର ସାଜସଜ୍ଜା, ଭୋଜିଭାତ ପାଇଁ ରନ୍ଧା ସାମଗ୍ରୀ ସଜବାଜ କରିବାରେ ଲାଗି ପଡ଼ିଥିଲେ । କରୋନା କଟକଣା ମଧ୍ୟରେ ପରିବାର ଏବଂ ବନ୍ଧୁବାନ୍ଧବ ଘରେ ଗହଳି କରିବା ଆରମ୍ଭ କରି ଦେଇଥିଲେ । ଚାରିଆଡେ଼ ଆନନ୍ଦର ମାହୋଲ ଛାଇ ରହିଥିଲା । ହେଲେ ବିଧିର ବିଧାନ ଏତେ ନିÂୁର ଥିଲା ଯେ, କ୍ଷଣିକମାତ୍ରେ ସବୁ ଖୁସି ଶୋକରେ ପରିଣତ ହୋଇ ଯାଇଥିଲା । ସକାଳୁ ହଠାତ୍ ଗାୟବ ହୋଇଗଲେ ଯୁବକ ଏବଂ କିଛି ସମୟ ପରେ ଆସିଲା ତାଙ୍କ ମୃତୁ୍ୟ ଖବର । ଜଙ୍ଗଲ ଭିତରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯିବା ପରେ ଗାଁସାରା ସ୍ତବ୍ଧ ହୋଇ ଯାଇଥିଲେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଏସ୍.ରାମପୁର ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ଏସ୍.ରାମପୁର ମେହେରପଡ଼ାର ସ୍ୱର୍ଗତ ଗିରିଜା ମେହେରଙ୍କ ପୁଅ ଭୋଜରାଜ ଓରଫ ପ୍ରସନ୍ନ ମେହେର (୪୧) ।
ସୂଚନାମତେ, ପ୍ରସନ୍ନ ଆଜି ଭୋର୍ ସାଢେ଼ ୪ଟାରୁ ଉଠି ଘର ସସାଜସଜ୍ଜା ଏବଂ ବିଭିନ୍ନ କାମର ଯାଞ୍ଚ କରିଥିଲେ । ଏହାପରେ ସକାଳେ ହଠାତ୍ ସେ କୁଆଡେ଼ ଗାୟବ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ନପାଇ ସାଙ୍ଗସାଥିଙ୍କୁ ପଚରାଉଚୁରା କରିଥିଲେ । ମାତ୍ର ପୂର୍ବାହ୍ନ ପ୍ରାୟ ୧୦ଟାରେ ସିଂଘିଯୁବା ସଂରକ୍ଷିତ ଜଙ୍ଗଲରେ ଏକ ଗଛରୁ ତାଙ୍କର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପ୍ରସନ୍ନଙ୍କ ବାଇକ୍(ଓଡି-୮୧-୪୭୬୯) ଓ ମୋବାଇଲ ପୁଲିସ ଜବତ କରିଛି । ତେବେ ପ୍ରକୃତରେ ପ୍ରସନ୍ନ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି, ତାହା ବର୍ତ୍ତମାନ ପୁଲିସର ତଦନ୍ତ ପରିସରରେ ରହିଛି । ତୁରନ୍ତ ଘଟଣାର ସତ୍ୟାସତ୍ୟ ଲୋକ ଲୋଚନକୁ ଆଣିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଥିବା କହିଛି । ପୁଲିସ ଶବ ଜବତ କରି ବିନିକା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଅପରାହ୍ନରେ ଏସ୍.ରାମପୁରରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ଯେଉଁପୁଅ ଯେଉଁଦିନ ବର ସାଜି ବଜାଗଜା ପଟୁଆରେ ବରଯାତ୍ରୀ ଯିବାକଥା, ସେହିଦିନ କୋକେଇରେ ବୁହାହୋଇ ମଶାଣିକୁ ଚାଲିଯିବ ବୋଲି କୌଣସି ମାତାପିତା ବୋଧହୁଏ ସ୍ୱପ୍ନରେ ବି ଚିନ୍ତା କରି ନଥିବେ । ଘଟଣାକୁ ନେଇ ସାହି ଭାଇ ବନ୍ଧୁ ପରିଜନ ମଧ୍ୟ ସ୍ତବ୍ଧ ।
Comments are closed, but trackbacks and pingbacks are open.