ସୋର,(ବି.ବି.ନୁ୍ୟଜ): ସୋର ଥାନା ମାଣତ୍ରୀ ପଞ୍ଚାୟତ ଦହିପୁର ବେତଗଡ଼ିଆ ନିକଟସ୍ଥ ବିଲ ମଝିରୁ ମଙ୍ଗଳବାର ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ଆମ୍ବଗଡ଼ିଆ ଗ୍ରାମର ମଧୁ ସିଂଙ୍କ ପତ୍ନୀ ସବିତା ସିଂ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିଲ ମଝିର କୁଟାଗଦାରୁ ମୃତଦେହ ଉଦ୍ଧାର ବେଳେ ସବିତାଙ୍କ ଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ପୁଲିସ ସନେ୍ଦହ କରୁଛି । ତେବେ ଏନେଇ ପୁଲିସ ଜଣକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତଦନ୍ତର ଅଗ୍ରଗତି ନିମନ୍ତେ ସଂପୃକ୍ତ ବ୍ୟକ୍ତିର ପରିଚୟ ଗୋପନ ରଖିଥିବା ପୁଲିସ କହିଛି ।
ସୂଚନା ଅନୁସାରେ, ଦହିପୁର ବେତଗଡ଼ିଆ ଗ୍ରାମ ନିକଟସ୍ଥ ନିଛାଟିଆ ବିଲ ମଝିରେ କୁଟାଗଦା ଭିତରେ ମୃତଦେହକୁ ମଙ୍ଗଳବାର ସକାଳେ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ସବିତାଙ୍କ ଉଲଗ୍ନ ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ସେଠାରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ଭଙ୍ଗା ମଦବୋତଲ, ସିନ୍ଦୂର, ବ୍ଲାଉଜ, ସାୟା, ଗାମୁଛା, ଭଙ୍ଗା ଆଇନାକୁ ପୁଲିସ ଜବତ କରିଥିଲା । ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ଏହା ବଳାକ୍ରାର୍ର ପରେ ହତ୍ୟା ଘଟଣା ବୋଲି ପୁଲିସ୍ ସନେ୍ଦହ କରୁଛି । ତେବେ ଏହି ଘଟଣା ପ୍ରାୟ ୨ ଦିନ ତଳର ବୋଲି ପୁଲିସ ଅନୁମାନ କରିଛି । ସନ୍ଧ୍ୟା ସୁଦ୍ଧା ଜଣକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.