ବିଷ ଦିଆଯାଇଥିବା ସନେ୍ଦହ

Get real time updates directly on you device, subscribe now.

କେନ୍ଦୁଝର: ସୋମବାର କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳ(ବିଜେପି) ରେଞ୍ଜରେ ଦୁଇ ହାତୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଛି । ସେଥିମଧ୍ୟରୁ ଗୋଟିଏ ମା’ ହାତୀ ହୋଇଥିବା ବେଳେ ଅନ୍ୟଟି ୫ ବର୍ଷର ଶାବକ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ଅରୁଣ କୁମାର ମିଶ୍ର ଓ ଡିଏଫ୍ଓ ସ୍ୱୟମ୍ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ମୃତ ଦୁଇ ହାତୀର ବ୍ୟବଚ୍ଛେଦ ପାଇଁ ଡାକ୍ତରୀଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆମ୍ବ ଓ ପଣସ ବାସ୍ନାରେ ଜଙ୍ଗଲ ଛାଡ଼ି ହାତୀପଲ ଗାଁ ମୁହାଁ ହେଉଥିବାରୁ ଗତମାସ ୨୩ ତାରିଖରେ ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିଦେ୍ର୍ଧଶ ଦେଇଥିଲେ । ନିୟମିତ ପହରା ଦେବା ସହ ହାତୀଙ୍କ ଗତିବିଧି ଅନୁଧ୍ୟାନ କରି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କଡ଼ା ତାଗିଦ ମଧ୍ୟ କରିଥିଲେ । ଏହି ସମୟରେ ଦୁଇଟି ମା’ ଓ ଛୁଆ ହାତୀ ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜର ରବ ଅଞ୍ଚଳରେ ପଶି କ୍ଷୟକ୍ଷତି କରୁଥିବା ଖବର ମିଳିଥିଲା । ତେଣୁ କେହି ଆକ୍ରୋଶମୂଳକ ଭାବେ ବିଷ ଦେଇ ଦୁଇ ହାତୀଙ୍କୁ ହତ୍ୟା କରିଥିବା ସନେ୍ଦହ କରାଯାଉଛି । ଉଭୟ ୫୦୦ ମିଟର ମଧ୍ୟରେ ମରି ପଡ଼ିଥିବା ଦେଖିବାକୁ ମିଳିଛି । ପାଟିରୁ ରକ୍ତ ବାହାରିବା ସହ ଜଙ୍ଗଲରେ ଘୋଷାରି ହେବାର ଚିହ୍ନ ରହିଛି । ଏପଟେ ବନବିଭାଗ ହାତୀଙ୍କୁ ଟ୍ରାକ୍ କରୁଥିଲେ ହେଁ ଦୁଇ ହାତୀଙ୍କ ମୃତୁ୍ୟ ବିଷୟରେ ବିଳମ୍ବରେ ଜାଣିବା ସମସ୍ତଙ୍କୁ ଚକିତ କରିଛି ।
ଖବରପାଇ ରାଉରକେଲାରୁ ଆରସିସିଏଫ୍ ଡ଼. ଅରୁଣ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଡିଏଫ୍ଓ ସ୍ୱୟଂମ ମଲ୍ଲିକ, ଏସିଏଫ୍ ଘନଶ୍ୟାମ ମହାନ୍ତ, ଡବ୍ଲୁ୍ୟଟିଆଇ ଡ. ବନ୍ଦିତା ମିଶ୍ର, ଗୋÂୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁକାନ୍ତ ସାହୁ, ରେଞ୍ଜର ମାନସ ମୁର୍ମୁ ହାତୀ ଦୁଇଟିର ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି ।
ଏ ସମ୍ପର୍କରେ ଡିଏଫ୍ଓ ସ୍ୱୟଂମ ମଲ୍ଲିକ କୁହନ୍ତି, ସୋମବାର ଗୋଟିଏ ହାତୀର ବ୍ୟବଚ୍ଛେଦ କରାଯାଇଛି । ମଙ୍ଗଳବାର ଅନ୍ୟଟିର ବ୍ୟବଚ୍ଛେଦ କରାଯିବ । ବିଷଜନିତ କାରଣ ସନେ୍ଦହ କରାଯାଉଥିବାରୁ ହାତୀର ଶରୀର ଏବଂ ପାରିପାଶ୍ୱିର୍କ ସ୍ଥାନର ମାଟି ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ମଧ୍ୟ ପଠାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ସହିତ ପରୀକ୍ଷାଗାର ରିପୋର୍ଟ ମିଳିବା ପରେ ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହେବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons