ନୟାଗଡ଼, (ବି.ବି.ନୁ୍ୟଜ୍): ଯଦୁପୁର ଗାଁର ଛୋଟ ଝିଅ ପରୀ ନିଜ ପଡ଼ିଶା ଘରକୁ ଅନ୍ୟ ପିଲାମାନଙ୍କ ସହ ମିଶି ଜାମୁକୋଳି ଖାଇବାକୁ ଯାଏ । ମାତ୍ର ଗତ ଜୁଲାଇ ୧୪ ତାରିଖ ଦିନ ପରୀ ଜାମୁକୋଳି ଖାଇବାକୁ ସରୋଜ ସେଠୀର ଘର ପାଖକୁ ଯିବା ସମୟରେ ତା ସହ ଆଉ କୌଣସି ପିଲା ଯାଇନଥିଲେ । ସରୋଜର ଘର ପାଖକୁ ପରୀ କୋଳି ଖାଇବାକୁ ଯିବା ମଧ୍ୟରେ ତାକୁ ଏକୁଟିଆ ପାଇ ସରୋଜ ଘର ଭିତରକୁ ଡାକି ନେଇଥିଲା । ଏହି ସମୟରେ ସରୋଜର ଘରେ ରହୁଥିବା ତା ମା ଏବଂ ଭଉଣୀ ନିଜ ଚାକିରି କାମରେ ବାହାରକୁ ଯାଇଥିବାରୁ ଅଭିଯୁକ୍ତ ଏଇ ମଉକାରେ ପରୀକୁ ଘର ଭିତରକୁ ଡାକି ନେଇଥିଲା । ସୈତାନ ସରୋଜ ପରୀକୁ ନେଇ ଘର ଭିତରେ ତାକୁ ତଳେ ପକାଇ ପ୍ରଥମେ ତାର ଦେହର ଉପର ଡ୍ରେସ୍ ତଥା ଫ୍ରକ୍କୁ କାଢ଼ି ଦେଇଥିଲା । ପରେ ପରୀର ଲେଗିଙ୍ଗ୍ସକୁ(ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ପିନ୍ଧିଥିବା ପୋଷାକ)କୁ ଜବରଦସ୍ତ ଭିଡ଼ି ବାହାର କରିବା ପାଇଁ ସରୋଜ ଉଦ୍ୟମ କରିବା ମଧ୍ୟରେ ସେ ଜୋରରେ ପାଟି କରି କାନ୍ଦିଥିଲା । ହେଲେ ଏହି ନିରୀହ ଶିଶୁର ବିକଳ ଆର୍ତ୍ତ ଚିକ୍ରାର ଯୋ÷÷ନ ପିପାଷୁ ସରୋଜ ମନରେ କୌଣସି ପ୍ରଭାବ ପକାଇ ପାରିନଥିଲା । ପରୀର ପାଟି ବନ୍ଦ କରିବାକୁ ଯାଇ ସେ ତାର ତଣ୍ଟି ଉପରେ ହାତ ପକାଇ ଚାପି ଧରିଥିଲା । ତଣ୍ଟି ଜୋରରେ ଚାପି ହୋଇଯିବା ମଧ୍ୟରେ ହିଁ ପରୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ପରୀର ମୃତୁ୍ୟ ହୋଇଥିବା ଜାଣି ମଧ୍ୟ ଯୋ÷÷ନ ରାକ୍ଷସ ସରୋଜ ମୃତଦେହକୁ କରିଥିଲା ବଳାକ୍ରାର । ବଳାକ୍ରାର ପରେ ତଥା ନିଜ ଯୋ÷÷ନ ଆଶା ମେଣ୍ଟିବା ପରେ ସୈତାନ ସରୋଜ ପରୀର ମୃତଦେହକୁ ଏକ ଅଖା ଭିତରେ ଭର୍ତ୍ତି କରିବା ସହ ତାର ଫ୍ରକ୍କୁ ମଧ୍ୟ ତା ଭିତରେ ପୁରାଇ ବନ୍ଧିଥିଲା । ଘର ଲୋକ ଆସିବା ପୂର୍ବରୁ ବାରି ପଛ ପଟ ଏକ ପରିତ୍ୟକ୍ତ ପୋଖରୀ କୂଳରେ ଥିବା ଗହଳିଆ ବୁଦା ମୂଳକୁ ସରୋଜ ଅଖାରେ ଭର୍ତ୍ତି ହୋଇଥିବା ଶବକୁ ନେଇ ଲୁଚାଇ ରଖିଦେଇଥିଲା । କାଳେ ବାହାରୁ କିଏ ଦେଖିଦେବେ କିମ୍ବା ଆଖପାଖରେ ଦୁର୍ଗନ୍ଧ ହେଲେ ଲୋକେ ଜାଣିପାରିବେ ସେଥିନେଇ ସେ ବୁଦାର ଅଧିକ ଭିତରକୁ ବସ୍ତାକୁ ଠେଲି ରଖିବା ସହ ତା ଉପରେ ନିଜ ବାଡ଼ିରେ ନଡ଼ିଆ ଗଛରୁ ଖସିଥିବା ବାହୁଙ୍ଗାଗୁଡ଼ିକୁ ନେଇ ଶବ ଲୁଚାଇଥିବା ପରିତ୍ୟକ୍ତ ବୁଦା ଉପରେ ଗଦା କରିଥିଲା । ଅଭିଯୁକ୍ତ ମୃତଦେହକୁ ନିଜ ଘରୁ ତରବର ହୋଇ ହଟାଇବା ମଧ୍ୟରେ ଘଟଣାସ୍ଥଳରେ ପରୀର ଲେଗିଙ୍ଗ୍ସକୁ ବସ୍ତା ଭିତରେ ଭର୍ତ୍ତି କରିବାକୁ ଭୁଲିଯାଇଥିଲା । ଉକ୍ତ ଡ୍ରେସ୍କୁ ନଷ୍ଟ କରିବାକୁ ଯାଇ ସେ ତାହାକୁ ଗୁଡ଼ାଇ ଘର ପଛ ପଟେ ଅଳ୍ପ ପାଣି ଥିବା ପରିତ୍ୟକ୍ତ ପୋଖରୀରେ ଫିଙ୍ଗି ଦେଇଥିଲା । ମଙ୍ଗଳବାର ପୋଖରୀକୁ ଶୁଖାଇବା ପରେ ଲେଗିଙ୍ଗ୍ସିଟି ମିଳିଥିବା ପୁଲିସ କହିଛି । ଗୋଟିଏ ପଲିଥିନ ଭିତରେ ଇଟା ଓ ଅନ୍ୟ ଏକ ପଲିଥିନରେ ଲେଗିଙ୍ଗସଟି ଭର୍ତ୍ତି କରି ଫିଙ୍ଗା ଯାଇଥିଲା ବୋଲି ମଙ୍ଗଳବାର ପୋଖରୀ ଶୁଖାଉଥିବା ଅଧିକାରୀ କହିଛନ୍ତି । ଅଭିଯୁକ୍ତ ସରୋଜ ଜେରା ସମୟରେ ଅକଳରେ ପଡ଼ି ଅପରାଧ ସ୍ୱୀକାର କରିଥିବା ଏସ୍ଆଇଟି ମୁଖ୍ୟ ଶ୍ରୀ ବୋଥ୍ରା କହିଛନ୍ତି । ୨୩ ତାରିଖରେ ଏକ ଅଖା ଭିତରୁ ପରୀର ଶବ ମିଳିବା ପରେ ଘଟଣାର ତଦନ୍ତ କରୁଥିବା ନୟାଗଡ଼ ସଦର ଥାନା ପୁଲିସ୍ ଦୂରଦୃଷ୍ଟି ଅଭାବରୁ ଏବଂ ତଦନ୍ତରେ ତ୍ରୁଟି ଯୋଗୁଁ ଏତେ ବଡ଼ ଲୋମହର୍ଷଣକାରୀ ଘଟଣାର ପ୍ରାଥମିକ ପର୍ଯ୍ୟାୟ ତଦନ୍ତକୁ ଠିକରେ ଆଗେଇ ନେଇପାରିନଥିଲା ବୋଲି ଏସ୍ଆଇଟି ହୃଦୟଙ୍ଗମ କରିଥିଲା । ମାତ୍ର ଉକ୍ତ ଘଟଣାର ଏସ୍ଆଇଟି ତଦନ୍ତ ଭାର ନେଲା ଦିନଠୁ ଟିମ୍ର ପ୍ରତ୍ୟେକ ସଦସ୍ୟ ଚାଲେଞ୍ଜ ନେଇ କାମ କରିଥିଲେ ବୋଲି ଆଇଜି ବୋଥ୍ରା କହିଛନ୍ତି ।


Comments are closed, but trackbacks and pingbacks are open.