ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

Get real time updates directly on you device, subscribe now.

ନାକଟିଦେଉଳ,(ବି.ବି.ନୁ୍ୟଜ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଅଞ୍ଚଳରେ ବର୍ଷ ତମାମ ଲାଗି ରହିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଧନଜୀବନ ମଧ୍ୟ ନଷ୍ଟ ହେଉଛି । ଗତକାଲି ପୁଣି ଦନ୍ତା ଆକ୍ରମଣରେ ଜଣଙ୍କ ମୃତୁ୍ୟ ଘଟିଛି । ଘଟଣା ଘଟିଛି ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ବସାଲୋଇ ଗ୍ରାମରେ । ମୃତକ ହେଲେ ବସାଲୋଇ ଗାଁର ବିରଞ୍ଚô ବାଦୀ (୫୮) । ବିରଞ୍ଚô ଗତକାଲି ଅପରାହ୍ନ ପ୍ରାୟ ସାଢେ଼ ୪ଟାରେ ନିକଟ ଗରିଆତୁପା ଅଞ୍ଚଳକୁ କେନ୍ଦୁପତ୍ର ପାଇଁ ଗୋଛା କାଟିବାକୁ ଯାଇଥିଲେ । ରାତି ପର୍ଯ୍ୟନ୍ତ ବିରଞ୍ଚô ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଜି ସକାଳେ ପୁଣି ଖୋଜାଖୋଜି କରିବାରୁ ଗାଁ ଠାରୁ କିଛି ଦୂର ଗରିଆତୁପାଠାରେ ବିରଞ୍ଚôଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons