ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଆନିକଟଠାରେ ଥିବା ବୈତରଣୀ ନଦୀ ପଠାର ବାଲିପୋଖରୀ ଏସକେପରୁ ବେଆଇନ୍ ବାଲି ଚୋରା ଚାଲାଣ ବେଳେପୋଲିସ ଚଢ଼ଉ କରି ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ଏହି ବାଲିଘାଟରୁ ଦୈନନ୍ଦିନ ହଜାର ହଜାର ଗାଡ଼ି ବାଲି ଚାଲାଣ ହୋଇଥାଏ । ଆଜି ସକାଳେ ଧାମନଗର ପୋଲିସ, ଭଣ୍ଡାରିପୋଖରୀ ପୋଲିସ, ଭଣ୍ଡାରିପୋଖରୀ ତହସିଲଦାର ଓ ଧାମନଗର ଏସ୍ଡିପିଓ ମିଳିତ ଭାବେ ଏହି ବାଲିଘାଟ ଉପରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା । ତେବେ ପୋଲିସ ନଦୀ ପଠା ସମେତ ଆଖପାଖ ଗାଁରେ ଚଢ଼ଉ କରିଛି ।
Comments are closed, but trackbacks and pingbacks are open.