ବେମାର ଯୁବତୀକୁ ଦୁଷ୍କର୍ମ,ଗିରଫ ପରେ ଖୋଲିଲା ଅପରାଧୀର ଗୁମର

Get real time updates directly on you device, subscribe now.

ବଳରାମପୁର: ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ଖବର ଅନୁସାରେ ଜଣେ ବେମାର ଯୁବତୀଙ୍କୁ ତାନ୍ତ୍ରିକ ନିଶାଦ୍ରବ୍ୟ ଦେଇ ବେହୋଶ କରିବା ପରେ ଦୁଷ୍କର୍ମ କରିଥିଲା। ଚେତା ଫେରିବା ପରେ ଯୁବତୀ ଜଣକ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଏହା ଜାଣିବା ପରେ ସମସ୍ତଙ୍କର ହୋଶ୍ ଉଡିଯାଇଥିଲା।ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲା। ସୂଚନା ଅନୁସାରେ, ଏହି ମାମଲାଟି କୋତଓ୍ବାଲି ନଗର ଅଞ୍ଚଳର। ଏଠାରେ ଜଣେ ଯୁବକ ତାନ୍ତ୍ରିକ ଜଣକଙ୍କୁ ତାଙ୍କ ଘରେ ପୂଜା ପାଇଁ ଡାକିଥିଲେ। ତାନ୍ତ୍ରିକ ଫୁଲଚନ୍ଦନ ନେଇ ୨୨ ବର୍ଷୀୟ ଯୁବତୀଙ୍କୁ ଘରେ ଥିବା ପୂଜାଘର ଭିତରକୁ ଏକୁଟିଆ ନେଇଯାଇଥିଲା। ପୂଜା କରିବା ବାହାନରେ ନିଶାଦ୍ରବ୍ୟ ଖୁଆଇ ବେହୋଶ କରିଦେଇଥିଲା ଓ ଏହାପରେ ଦୁଷ୍କର୍ମ କରିଥିଲା।
ପୋଲିସର କହିବା ଅନୁସାରେ ତାନ୍ତ୍ରିକ ଜଣକ ଏହା ପୂର୍ବରୁ ମଧ୍ୟ ବହୁ ପରିବାରକୁ ନିଜର ଶିକାର କରିସାରିଛି। ପୋଲିସ ତାନ୍ତ୍ରିକର କ୍ରାଇମ ହ୍ରିଷ୍ଟି ଖୋଜିବାରେ ଲାଗିପଡିଥିଲା। ପୋଲିସ ଅଧୀକ୍ଷକ ଦେବ ରଞ୍ଜନ ବର୍ମାଙ୍କ କହିବା ଅନୁସାରେ, ତାନ୍ତ୍ରିକ ଜଣକ ଦୁଷ୍କର୍ମ କରିଥିବା କଥା ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା। ତା ବିରୋଧରେ ମଧ୍ୟ ପୂର୍ବରୁ ଏଭଳି ଅଭିଯୋଗ ରହିସାରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons