ବୌଦ୍ଧ ବିଜେଡି ରାଜନୀତି ସରଗରମ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ): କିଛିଦିନ ହେବ ରାଜ୍ୟର ବହୁ ହେଭିୱେଟ୍ ନେତାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବାହ୍ନରେ ବିଜେଡିର ବରିÂ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବୌଦ୍ଧ ଗସ୍ତ କରି ବିଭାଗୀୟ ସମୀକ୍ଷା କରିବା ସହିତ ବିଧାୟକ ପ୍ରଦୀପ ଅମାତଙ୍କ ସହ ସଂଗ୍ରହାଳୟ ପରିଦର୍ଶନ କରିଥିବା ବେଳେ ଅପରାହ୍ନରେ ରାଜ୍ୟ ବିଜେଡିର ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାଶ ବର୍ମା ଓ ଅଧ୍ୟକ୍ଷ ଯୁବ ବ୍ୟାପାର ବିଜୟ ନାଏକ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ସର୍କିଟ ହାଉସରେ ବିଧାୟକ ଶ୍ରୀଅମାତ ଓ ନିର୍ଦ୍ଧିଷ୍ଟ କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିବା ଜଣାଯାଇଛି । ଏହି ବୈଠକରେ ଜିଲ୍ଲାରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଉଥିବା ବେଳେ ଗୋଟିଏ ଦିନରେ ଚାରିଜଣ ହେଭିୱେଟ ନେତାଙ୍କ ଆଗମନ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି । ବର୍ତମାନ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ସମ୍ଭାବନା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏହି ନେତାମାନଙ୍କ ଅଚାନକ ବୌଦ୍ଧ ଗସ୍ତ ଓ ଶ୍ରୀଅମାତଙ୍କ ସହ ରୁଦ୍ଧଦ୍ୱାର ବୈଠକକୁ ନେଇ ସାଧାରଣରେ ଚର୍ଚ୍ଚା ଯୋରଧରିଛି । ତେବେ ବୈଠକ ପରେ ସମସ୍ତ ନେତୃ ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିଥିଲେ । ଏହି ସଂଗ୍ରହାଳୟ ଜିଲ୍ଲା ପାଇଁ ପରିଚୟ ସୃଷ୍ଟି କରିବ ବୋଲି ସଂଗଠନ ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଥିଲେ । ତେବେ ସଂଗ୍ରହାଳୟ ପରିଚାଳନା ପାଇଁ ବ୍ୟାପକ ଅର୍ଥ ଆବଶ୍ୟକ ରହିଥିବାରୁ ଏହାକୁ ସରକାରୀ ସଂଗ୍ରହାଳୟ ମାନ୍ୟତା ପ୍ରଦାନ କରି ସରକାର ପରିଚାଳନା ଭାର ହାତକୁ ନେବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ରହିଛି । ଏହି ଅବସରରେ ସମ୍ପାଦକ ଶ୍ରୀଦାସ ସଂଗ୍ରହାଳୟର ପ୍ରଶଂସା କରିବା ସହିତ ଏହାର ପରଚାଳନା ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯିବା ନେଇ ଜିଲ୍ଲାପାଳଙ୍କୁ ପ୍ରତିଶୁତି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons