ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ ପରେ ଘାରିଛି ଭୟ

Get real time updates directly on you device, subscribe now.

ଭୁବନେଶ୍ୱର :

ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ନିୟମ କଡ଼ାକଡ଼ି। ଯେଉଁମାନେ ବ୍ରିଟେନ୍‌ରୁ ଫେରିବେ ୧୪ ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରହିବେ ବୋଲି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଏହା ମଧ୍ୟରେ ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଦେଖାଇ ଯାଇଛି। ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ବ୍ରିଟେନ ଫେରନ୍ତାଙ୍କ ସଂପର୍କରେ ଏକ ତଥ୍ୟ ସାମ୍ନାକୁ ଆସିଛି। ଗତ ୧୪ ଦିନ ମଧ୍ୟରେ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି। ଏମାନଙ୍କ ଉପରେ ନଜର ରଖିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଙ୍କୁ ଚିଠି ଲେଖିଛନ୍ତି। ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ପୁଣି ଘାରିଲାଣି କରୋନା ଭୟ। ବ୍ରିଟେନ ଫେରନ୍ତା ଯୁବକ ଚିହ୍ନଟ ହେବା ପରେ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ବ୍ରିଟେନ ଫେରାନ୍ତା ଯୁବକ ଦେହରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ପରୀକ୍ଷା ଚାଲିଥିବା ବେଳେ ସମ୍ପୃକ୍ତ ଯୁବକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଏହି କେରାନା ନୂଆ ଷ୍ଟ୍ରେନର କୌଣସି ନୂଆ ଲକ୍ଷଣ ନାହିଁ ତେଣୁ ଡରିବାର ନାହିଁ ବୋଲି ଡିଏମଇଟି ଆଶ୍ବାସନା ଦେଇଛନ୍ତି। ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ନୂଆ ବ୍ରିଟେନ ଫେରନ୍ତା ଯୁବକ ନୂଆ ଷ୍ଟ୍ରେନ ପଜିଟିଭ ହୋଇଥିଲେ ଜିନମ ସିକ୍ୟୁଏନସିଙ୍ଗ କରାଯିବ।
ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ ପରେ ଘାରିଛି ଭୟ। କେରାନାର ନୂଆ ଷ୍ଟ୍ରେନରେ ଏହି ଯୁବକ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହାର ପରୀକ୍ଷା ଚାଲିଛି। ତାଙ୍କ ସ୍ବାବ ପୁନେ ପଠାଯାଇଛି। କାଣ୍ଟାକ୍ଟ ଟ୍ରେସିଂ ବି ଶେଷ ହୋଇଛି। ତାଙ୍କ ପରିବାରର ଆଉ ତିନି ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି। ଏପଟେ ବିଏମସି କମିଶନର କହିଛନ୍ତି ଡରିବାର କିଛି କାରଣ ନାହିଁ । ବ୍ରିଟେନ ଫେରାନ୍ତା ଯୁବକ ବର୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିଏମଇଟି ସିବିକେ ମାହାନ୍ତି କହିଛନ୍ତି କରୋନାର ଏହି ନୂଆ ଷ୍ଟ୍ରେନର ଲକ୍ଷଣ ସମାନ ରହିଛି । ସଂକ୍ରମିତ ଅଧିକ ହେଉଛନ୍ତି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି।
ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ବହୁ ସଂଖ୍ୟାରେ ଲୋକ ଭାରତକୁ ଆସିଛନ୍ତି. ଏବେ ଏହି ବ୍ରିଟେନ ଫେରନ୍ତାକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ ହେବ। ବ୍ରିଟେନରୁ ଫେରିକି ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନସିଙ୍ଗ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି। ଏହି ନୂଆ ଷ୍ଟ୍ରେନର ସଂକ୍ରମଣ କରିବାର କ୍ଷମତା ଅଧିକ ରହୁଛି । ତେଣୁ ଅଧିକ ସର୍ତକ ରହିବାକୁ ପଡିବ ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡା କହିଛନ୍ତି।।
ରାଜ୍ୟରେ କେରାନା ତଳମୁହଁ । ଶୀତଦିନ ସତ୍ବେ ଆକ୍ରାନ୍ତ ସଂଖ୍ୟା ପୁରା କମ ରହିଛି। ବ୍ରିଟେନ ଏବଂ ସାଉଥ ଆଫିକାରେ ନୂଆ ଷ୍ଟ୍ରେନ ଚିହ୍ନଟ ହେବା ଏବେ ସାରା ବିଶ୍ବକୁ ଭୟଭୀତ କରିଛି। ଯେଉଁଥିପାଇଁ ରାଜ୍ୟ ସରକାର ବ୍ରିଟେନ ଫେରନ୍ତା ଯୁବକ ଚିହ୍ନଟ ହେଉହେଉ ତ୍ବରାନ୍ବିତ କରିଛନ୍ତି ଅପରେସନ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons