ସୁକିନ୍ଦା,(ବି.ବି.ନ୍ୟୁଜ୍):ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ଟସର ଫାର୍ମ ନିକଟରେ ଆଜି ବ୍ଲକ ଡାଟା ଅପରେଟର ଅଶୋକ ସାହୁଙ୍କୁ କୁହିକା ଗନ୍ଧାପାଳ ଅଞ୍ଚଳର ଜଣେ ଯୁବକ ୧୪ଚକିଆ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ମୃତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନା ପ୍ରକାଶ ପାଇବା ସହିତ ମଙ୍ଗଳପୁର ଟମକା ଖଣି ଅଞ୍ଚଳ ରାସ୍ତାର ଦାମୋଦରପୁର ଛକ ନିକଟରେ ଶବ ରଖି ପରିବାର ଲୋକ ରାସ୍ତାରୋକ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଏହି ରାସ୍ତାରୋକ କରାଯାଇଛି । ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବାକୁ ଚେଷ୍ଟା କରୁଛି ।
ସୂଚନା ମୁତାବକ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦାମୋଦରପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ପୁଅ ଅଶୋକ ସାହୁ(୩୦) ନିଜ ସ୍କୁଟି ସାହାଯ୍ୟରେ ଆଜି ସକାଳେ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ଟସର ଫାର୍ମ ନିକଟରେ ତାଙ୍କୁ ପିଛା କରି ଆସୁଥିବା ଏକ ୧୪ ଚକିଆ ଟ୍ରକ(ଓଡି୦୪ଏମ ୯୪୯୪) ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଅଶୋକ ରାସ୍ତା କଡ଼କୁ ଛିଟ୍କି ପଡ଼ିଥିବା ବେଳେ ସ୍କୁଟିଟି ରାସ୍ତା ଉପରେ ପଡ଼ିଥିଲା । ୧୪ଚକିଆ ଡ୍ରାଇଭର ସ୍କୁଟି ଉପରେ ପୁନର୍ବାର ଗାଡ଼ି ଚଢ଼ାଇ ତାହାକୁ ଚୁରମାର କରି ଦେଇଥିଲା । ଏପଟେ ଅଶୋକଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ମଧ୍ୟ ଜବତ କରିଥିଲା । ଅଶୋକଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ôଚ ପାରିପାଶ୍ୱିର୍କ ପରିସ୍ଥିତି ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଦେଖି ଏହା ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହି ଶବକୁ ଛାଡ଼ି ନଥିଲେ । ପରେ ସୁକିନ୍ଦା ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ବହୁ ବୁଝାସୁଝା ପରେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ପରିବାର ଲୋକେ ଛାଡ଼ିଥିଲେ । ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସ୍ୱର୍ଗରଥ ସାହାଯ୍ୟରେ ଶବ ଦାନଗଦୀ ପଠାଯାଇଥିଲା । ଅପରାହ୍ଣରେ ଶବ ବ୍ୟବଚ୍ଛେଦ ହୋଇ ଘରକୁ ଫେରିଥିଲା । ଖବର ପାଇ ମୃତ ଅଶୋକଙ୍କ ଭାଇ ପ୍ରକାଶ ସାହୁ ଦିଲ୍ଲୀରୁ ଦାମୋଦରପୁରକୁ ଆସିବା ପରେ ଗ୍ରାମବାସୀଙ୍କ ସହାୟତାରେ ଶବକୁ ଗାଁ ଛକରେ ରଖି ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ରାସ୍ତାରୋକ କରିଥିଲେ । ଖବର ଲେଖା ହେବ ପର୍ଯ୍ୟନ୍ତ ରାସ୍ତାରୋକ ବଳବତ୍ତର ରହିଛି । ଖଣି ଅଞ୍ଚଳ ରାସ୍ତାରେ ଦୀର୍ଘ ୪ଘଣ୍ଟା ଧରି ରାସ୍ତାରୋକ ଜାରି ରହିଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ କ୍ରୋମ ବୋଝେଇ ଟ୍ରକ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ କଳିଙ୍ଗନଗର ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ସୁକିନ୍ଦା ଆଇଆଇସି ବିଚିତ୍ରାନନ୍ଦ ସେଠୀ ଉପସ୍ଥିତ ରହି ରାସ୍ତାରୋକ ହଟାଇକୁ ଚେଷ୍ଟା ଚଳାଇଛନ୍ତି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ହେଉଛି ।
Comments are closed, but trackbacks and pingbacks are open.