ପାଣିକୋଇଲି,(ବି.ବି.ନ୍ୟୁଜ୍): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ଯାତ୍ରୀ ବିଶ୍ରାମାଗାର ନିକଟରେ ଥିବା ଏକ ହୋଟେଲର ମାଲିକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତକ ପାଣିକୋଇଲି ପତ୍ତାୟତ ବାଲିଦାଣ୍ଡସାହିର ଗୋବିନ୍ଦ ସାହୁଙ୍କ ପୁଅ ରବୀନ୍ଦ୍ର(୩୧) ବୋଲି ଜଣାପଡ଼ିଛି ।
ଆଜି ସକାଳେ ରବୀନ୍ଦ୍ରଙ୍କ ମୃତଦେହ ହୋଟେଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ବାପା ଗୋବିନ୍ଦଙ୍କୁ ଖବର ଦେଇଥିଲେ । ଗୋବିନ୍ଦ ଘଟଣାସ୍ଥଳକୁ ଆସି ସଙ୍ଗେ ସଙ୍ଗେ ପାଣିକୋଇଲି ଥାନାରେ ଜଣାଇଥିଲେ । ଖବର ପାଇ ଏସ୍ପି ଚରଣ ସିଂ ମୀନା, ଏସ୍ଡିପିଓ କେଦାରନାଥ ସାହୁ, ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା, ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହତ୍ôତଥିଲେ ।
ଏ ନେଇ ମୃତକଙ୍କ ବାପା ଗୋବିନ୍ଦ ସାହୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୧୨୨/୧୯ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨, ୩୪ରେ ଏକ ମାମଲା ରୁଜୁ କରିଛି । ଥାନାଧିକାରୀ ଶ୍ରୀ ଜେନା ମାମଲାର ତଦନ୍ତ ଦାୟିତ୍ୱ ନିଜେ ନେଇଛନ୍ତି । ପୁଲିସ ମୃତକର ସ୍ତ୍ରୀ ଓ ଶାଶୂଙ୍କ ସମେତ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।
Comments are closed, but trackbacks and pingbacks are open.