ବ୍ୟବସାୟୀଙ୍କୁ ଗୁଳିମାଡ,ଦୁଇଭାଇ ଗୁରୁତର

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ସହର ମଧ୍ୟଭାଗରେ ଅବସ୍ଥିତ ଲିଙ୍କ୍ ରୋଡ ଗ୍ୟାରେଜପାଖରେ ଥିବା ଏକ ଧାନକିଣାବିକା କେନ୍ଦ୍ରରେ ଆଜି ସକାଳେ ଗୁଳିକାଣ୍ଡ ଘଟିଛି । ଏଥିରେ ସେହି କେନ୍ଦ୍ରର ମାଲିକ ସମେତ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ଗୌରୀଶଙ୍କର ସାଓ(୪୫) ଓ ଦୟାଶଙ୍କର ସାଓ(୫୫) । ଦୟାଶଙ୍କରଙ୍କ ଅବସ୍ଥା ସଙ୍ଗୀନ ହେବାରୁ କଟକ ବଡ଼ ଡାକ୍ତରଖାନାକୁପଠାଯାଇଛି । ଗୁଳିକାଣ୍ଡକୁ ନେଇ ରାଇରଙ୍ଗପୁର ସହରବାସୀ ଆତଙ୍କିତ ହୋଇପଡିଛନ୍ତି ।ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜୋରଦାର କରିଛି । ବ୍ୟବସାୟିକ ଶତ୍ରୁତାରୁ ଅଥବା ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିବା ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ସ୍ୱର୍ଗତ ମହେନ୍ଦ୍ର ସାଓଙ୍କ ୫ପୁଅଙ୍କ ମଧ୍ୟରୁ ଗୌରୀଶଙ୍କର ଓ ଶିବଶଙ୍କର ଗ୍ୟାରେଜ ଛକରେ ଏକ ଭଡ଼ା ଘରେ ଖୁଚୁରା ଧାନ ବ୍ୟବସାୟ କରନ୍ତି । ତେବେ ଆଜି ସକାଳପ୍ରାୟ ସାଢ଼େ୬ଟାବେଳକୁ ଗୌରୀଶଙ୍କର ଦୋକାନରେ ଥିବା ବେଳେ ହାପ୍ପ୍ୟାଣ୍ଟ-ଗଞ୍ଜିପିନ୍ଧିଥିବା ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଆସି ଦୋକାନ ଆଗରେ ଅଟକିଥିଲେ । ଦୁହେଁ ଅଳ୍ପକିଛି ଧାନ ନେଇ ବିକିବାକୁ ଆସିଥିଲେ । ଉକ୍ତ ଧାନ ୪୧୬ଟଙ୍କାରେ କିଣି ଗୌ÷÷ରୀଶଙ୍କର ଏବାବଦରେ ଟଙ୍କା ନିଜ ଡ୍ରୟାର ଖୋଲି ଟଙ୍କା ଦେଉଥିବାବେଳେ ସେମାନେ ଏତିକି ଟଙ୍କା କ’ଣ ଦେଉଛ କହି ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ । ସେତେବେଳେ ଦୋକାନ ଡ୍ରୟାରରେ ୧୨ହଜାର ଟଙ୍କା ଥିଲା ବୋଲି ଜଣାପଡିଛି । ‘ଆମକୁ ସବୁତକ ଟଙ୍କା ଦିଅ’ କହି ଦୁଇ ଦୁର୍ବୃତ୍ତ ଦୋକାନ ଘର ଭିତରକୁ ଧସେଇପଶିଯାଇଥିଲେ । ଦୁହିଁଙ୍କୁ ଅଟକାଇବାକୁ ଉଦ୍ୟମ କଲାବେଳେ ଗୌରୀଶଙ୍କର ଏବଂ ଦୁଇଜଣଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏହି ସମୟରେ ହଠାତ ଜଣେ ରିଭଲଭର ବାହାର କରି ଗୌରୀଶଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲା । ସେତେବେଳକୁ ବଡ଼ଭାଇ ଦୟାଶଙ୍କର ସେଠାରେପହଞ୍ôଚଯାଇଥିଲେ । ସେପାଟି କରି ଉଠିବାରୁ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଗୁରୁତର ଦୁଇଭାଇ ତଳେପଡ଼ି ଛଟପଟ ହେଉଥିବାବେଳେ ଆକ୍ରମଣକାରୀ ଟ୍ରକ ମାଲିକ ସଂଘ ଅଫିସ୍ପାଖ ବାଟ ଦେଇ ଚମ୍ପଟ ମାରିଥିଲେ ।ପରେ ସ୍ଥାନୀୟ ଲୋକପହଞ୍ôଚ ଉଭୟଙ୍କୁ ଉଦ୍ଧାର କରିପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ଜାମସେଦପୁରର ଟାଟା ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୟାଶଙ୍କରଙ୍କ ସ୍ଥିତି ସଙ୍କଟାପନ୍ନ ଥିବାରୁ ତାଙ୍କୁପରେ କଟକପଠାଯାଇଥିବା ଜଣାପଡିଛି । ଦୁଇ ଭାଇଙ୍କ ଦେହରେ ଗୁଳିଥିବାର ଡାକ୍ତରପ୍ରକାଶ କରିଛନ୍ତି ।
ଖବରପାଇ ରାଇରଙ୍ଗପୁର ଆଦର୍ଶ ଥାନାଧିକାରୀ ରଞ୍ଜନ କୁମାର ସେଠୀ ସଦଳବଳ ଘଟଣାସ୍ଥଳରେପହଞ୍ଚି ଏକ ଅଫୁଟା ଗୁଳି ଓ ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ହଳେ ଚପଲ ଜବତ କରିଛନ୍ତି । ଏସ୍ପି ଅବିନାଶ କୁମାର, ଅତିରିକ୍ତ ଏସ୍ପି ଅଶୋକ କୁମାରପଟ୍ଟନାୟକ, ଏସ୍ଡିପିଓ ଅମୂଲ୍ୟ କୁମାର ଧର ଇତ୍ୟାଦି ଘଟଣା ସ୍ଥଳରେପହଞ୍ଚି ତନାଘନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons