ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ୍ ସହ ବିଶୋଧନ କରିଛି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ସୂଚନା ଦେଇଛନ୍ତି । ସୂଚନାଅନୁଯାୟୀ ମ୍ୟାନେଜରଙ୍କ ୭ଦିନ ପୂର୍ବେ ବ୍ୟାଙ୍କରେ ଯୋଗ ଦେଇଥିଲେ । ୪ ଦିନ କାମ କରିବା ପରେ ଅସୁସ୍ଥତା ହେତୁ ଭୁବନେଶ୍ୱର ଯାଇଥିଲେ । ସେଠରେ ସ୍ୱାବ୍ ଟେଷ୍ଟଞ୍ଚ ପରେ ପଜିଟିଭ୍ ଆସିଥିବା ଜଣାପଡିଛି । ଏହାପରେ ଆଜି ବ୍ୟାଙ୍କକୁ ସିଲ୍ କରି ଦିଆଯାଇଥିବା ବେଳେ ତା ମଧ୍ୟରେ ସମସ୍ତ କର୍ମଚାରୀ ରହିଛନ୍ତି । କୋଭିଡ୍ ଗାଇଡଲାଇନ୍ ମୁତାବକ , କର୍ମଚାରୀଙ୍କ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସୂଚନାଥାଉ କି, ରାଜ୍ୟରେ ନୂଆ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ହୋଇଥିବା ବେଳେ ୩୭ ଲୋକାଲ କେସ୍ ରହିଥିବା ସୂଚନା ଓଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.