ବ୍ୟାଟେରୀ ଚୋରି ଗ୍ୟାଙ୍ଗର ୭ ଗିରଫ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମୋବାଇଲ ଟାୱାରରେ ଲାଗିଥିବା ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୬୦ଟି ବ୍ୟାଟେରୀ ଜବତ କରାଯାଇଛି । ଏଥିସହ ଚୋରି ଏବଂ ଚୋରା ସାମଗ୍ରୀ ନେବା ଆଣିବାରେ ବ୍ୟବହୃତ ହେଉଥିବା ଗୋଟିଏ ଟାଟା ମ୍ୟାଜିକ୍ ଗାଡି ଏବଂ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ଜବତ ହୋଇଥିବା ବ୍ୟାଟେରୀର ମୂଲ୍ୟ ଅଢେ଼ଇ ଲକ୍ଷ୍ୟ ହେବ ବୋଲି ଆକଳନ କରାଯାଇଛି । ସୂଚନାଅନୁସାରେ , ଏହି ଗ୍ୟାଙ୍ଗର ସଦସ୍ୟମାନେ ନିୟମିତ ଭାବେ ଜିଲ୍ଲାର ବିଭିନ୍ନ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି କରୁତôଲେ । ଏହାପରେ ସେମାନେ ସ୍ଥାନୀୟ ଚୋରା ସାମଗ୍ରୀ କିଣା ବିକା କରୁଥିବା ବେପାରୀଙ୍କୁ ବିକ୍ରି କରୁଥିଲେ । ତେବେ ଗତ ୨୩ ତାରିଖରେ କଲଗା ଫାଣ୍ଡି ଅଞ୍ଚଳରୁ ସେମାନେ ଏକ ଏୟାରଟେଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଚୋରି କରିଥିଲେ । ଏନେଇ ଏୟାରଟାଲ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଏହାପରୋ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ବ୍ୟାଟେରୀ ଚୋରି ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରିଛି । ତେବେ ବ୍ୟାଟେରୀ କିଣିବା ଅଭିଯୋଗରେ ଦୁଇ ଜଣ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ବ୍ୟାଟେରୀ କଣିବା ଅଭିଯୋଗରେ ଦୁଇଜଣ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏଥିସହ ଗ୍ୟାଙ୍କର ଅନ୍ୟ ସଦସ୍ୟମାନଙ୍କୁ ପୋଲିସ ଖୋଜୁଛି । ଏନେଇ ରାଉରକେଲା ଏସ୍ପି ଅସୀମ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons