ଭଞ୍ଜନଗରରେ ଗୋଟିଏ ଦିନରେ ଦୁଇ ହତ୍ୟା

Get real time updates directly on you device, subscribe now.

ଭଞ୍ଜନଗର: ପୃଥକ୍ ଘଟଣାରେ ଆଜି ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହି ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ପଇତା ଗ୍ରାମରେ ଘଟିଥିବାବେଳେ ମୃତକ ହେଲେ କାଳିଆ ଗୌଡ଼(୫୦) । ଅନ୍ୟ ଏକ ଘଟଣା ତାରସିଂ ଥାନା ଅଧୀନ ଶାଳୁଆପଲ୍ଲୀ ଗ୍ରାମରେ ଘଟିଛି । ବାଡ଼ ବୁଜାକୁ କେନ୍ଦ୍ରକରି ଦୁଇ ଗୋÂୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଠେଙ୍ଗା ମାଡ଼ରେ ଭାଗିରଥୀ ବେହେରା(୫୫)ଙ୍କ ମୃତୁ୍ୟ ହୋଇଛି ।
ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ସୂଚନା ପ୍ରକାରେ ଦଦରାଲୁଣ୍ଡା ପଞ୍ଚାୟତର ପଇତା ଗ୍ରାମର କାଳିଆ ସହ ସେହି ଗ୍ରାମର ଅନ୍ୟଜଣେ ଯୁବକଙ୍କର କୌଣସି କାରଣକୁ ନେଇ ୮ ମାସ ତଳେ ପାଟିତୁଣ୍ଡ ହୋଇଥିଲା । ଏଥିରେ କାଳିଆ ଉତ୍କ୍ଷିପ୍ତ ହୋଇ ଛୁରିରେ ଆକ୍ରମଣ କରିଥିଲା । ଏହି ଘଟଣାରେ ସେହି ଯୁବକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କାଳିଆ ଗୌଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ୨ ମାସ ତଳେ ସେ ଜାମିନରେ ଫେରିଥିଲା । କାଳିଆ କୌଣସି କାମରେ ଗତକାଲି ଦଦରାଲୁଣ୍ଡା ଯାଇ ଘରକୁ ଫେରୁଥିବାବେଳେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ଠେଙ୍ଗାରେ ଆକ୍ରମଣ କରିଥିଲେ । ସୋମବାର ଭୋରରୁ ଗୋବରାସାହି କଲଭର୍ଟ ନିକଟରେ କାଳିଆଙ୍କ ମୃତଦେହ ଦେଖି ଗ୍ରାମରେ ଚହଳ ପଡିଥିଲା । ଥାନା ଅଧିକାରୀ ପରିସ୍ଥିତି ଅନୁଧ୍ୟାନ କରିବାସହ ଶବକୁ ଜବତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି । ଅଭିଯୁକ୍ତ କୁହାଯାଉଥିବା ଯୁବକଙ୍କ ସହ ଅନ୍ୟ ୨ଜଣଙ୍କୁ ପୁଲିସ ଅଟକ ରଖିଥିବା ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ସେହିପରି ଅନ୍ୟ ଏକ ଘଟଣା ତାରାସିଂ ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗ୍ରାମରେ ଘଟିଛି । ଗତକାଲି ସନ୍ନ୍ୟାସୀ ବେହେରା ଓ ତାଙ୍କ ବାପା ଭାଗିରଥୀଙ୍କ ସହ ପଡୋଶୀଙ୍କ ମଧ୍ୟରେ ଘରର ବାରିପଟ ବାଡ଼ବୁଜାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ଉଭୟ ପରିବାର ମଧ୍ୟରେ ଠେଙ୍ଗାରେ ଆକ୍ରମଣ ହୋଇଥିଲା । ଉଭୟ ଗୋÂୀର କେତେକ ଆହତ ହୋଇଥିବାବେଳେ ଭାଗିରଥୀଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଡାକ୍ତରଖାନାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଆଜି ସେଠାରେ ଭାଗରଥୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୁଲିସ ୨ଜଣଙ୍କୁ ଅଟକ ରଖିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନଥିବା ତାରାସିଂ ଥାନା ଅଧିକାରୀ ପ୍ରଦୀପ୍ତ ଦାସ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons