ଭଡ଼ା ଘରେ ଚାଲିଥିଲା ନକଲି ଜର୍ଦ୍ଧା କାରବାର: ପୋଲିସର ଚଢ଼ଉ

Get real time updates directly on you device, subscribe now.

ଭଦ୍ରକ : ପୁଣି ଜବତ ହେଲା ନକଲି ଜର୍ଦ୍ଦା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଅଧିକ ହେବ । ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଏହି ନକଲି ଜର୍ଦ୍ଦାକୁ ଜବତ କରିଛି ।
ଖବର ଅନୁଯାୟୀ, ଭଦ୍ରକ ସହରର ମୋଟେଲ ଛକ ନିକଟ ଏକ ଭଡା ଘରେ ନକଲି ଜର୍ଦ୍ଦା ଗଚ୍ଛିତ ଥିବା ଖବର ପୋଲିସକୁ ମିଳିଥିଲା । ଟାଉନ ପୋଲିସର ଏକ ଟିମ୍‌ ସେହି ଭଡା ଘର ଉପରେ ଚଢ଼ାଉ କରିଥିଲା ।ତେବେ ପୋଲିସକୁ ଚଢ଼ାଉ ସମୟରେ ବହୁ କମ୍ପାନୀର ନକଲି ଜର୍ଦ୍ଦା ମିଳିଥିଲା । ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ଗିରଫ କରିନାହିଁ ପୋଲିସ । ଘଟଣାରେ ଅଧିକ ତନାଘନା ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons