ଭଦ୍ରକ ସାଂସଦଙ୍କୁ କରୋନା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ । ଶ୍ରୀମତୀ ମଣ୍ଡଳଙ୍କ ସ୍ୱାମୀ ତଥା ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତିି । ଏ ସମ୍ପର୍କରେ ସାଂସଦ ଶ୍ରୀମତୀ ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ଶ୍ରୀ ମଣ୍ଡଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାରୁ ଉଭୟ ସ୍ୱାବ୍ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଉଭୟଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଓ ସେମାନେ ଏବେ ହୋମ ଆଇସୋଲେସନରେ ଅଛନ୍ତି । ଯେଉଁମାନେ ନିକଟରେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନେ ତୁରନ୍ତ ସଂଗରୋଧରେ ରହିବା ସହ କୋଭିଡ ପରୀକ୍ଷା କରାଇ ନେବାକୁ ଉଭୟ ଅନୁରୋଧ କରିଛନ୍ତି । ଏହାବ୍ୟତୀତ ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ରୋଷେଇଆ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଗତକାଲି ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons