ଭାଣିଜୀ କାଠଫାଳିଆ ମାଡ଼ରେ ମାମୁ ମୃତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନ୍ୟୁଜ୍): ସାଧାରଣ କଳହକୁ ନେଇ ଭାଣିଜୀଙ୍କ କାଠ ଫାଳିଆ ମାଡ଼ରେ ମାମୁଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଚାନ୍ଦିପୁର ଥାନା ଅଧୀନ ସାହାଦା ଗ୍ରାମରେ ଘଟଛି । ପୁଲିସ୍ ମୃତଦେହ ଜବତ କରିଛି । ଭାଣିଜୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
ପୁଲିସ୍ ସୂଚନାରୁ ପ୍ରକାଶ, ଶୁକ୍ରବାର ସନ୍ଧ୍ୟାରେ ସାହାଦା ଗାଁର ତେଲି ସିଂ(୪୫) ନିଶାସକ୍ତ ଅବସ୍ଥାରେ ଥିଲେ । ଏହି ସମୟରେ ତେଲି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କର ସେହି ଗ୍ରାମରେ ଥିବା ଭାଣିଜୀ ଭାଗବତ ସୋରେନଙ୍କ ସ୍ତ୍ରୀ ଗୁରୁବାରୀଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଗୁରୁବାରୀ ଚରିତ୍ରକୁ ଆକ୍ଷେପ କରି ତେଲି କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଗୁରୁବାରୀ ଏହାର ପ୍ରତିବାଦ କରିବାରୁ ବଚସା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ତେଲିଙ୍କ ମୁଣ୍ଡକୁ ଗୁରୁବାରୀ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏଥିରେ ତେଲି ଗୁରୁତର ହୋଇଥିଲେ । ଅତ୍ୟଧିକ ରକ୍ତସ୍ରାବ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶନିବାର ଭୋର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଏହି ଘଟଣାକୁ ନେଇ ତେଲିଙ୍କ ସ୍ତ୍ରୀ ଲକ୍ଷ୍ମୀ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏନେଇ ନଂ- ୫୧/୧୯ ଏକ ମାମଲା ରୁଜୁ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁବାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons