ରାଉରକେଲା,(ବି.ବି.ନୁ୍ୟଜ୍): ରାଜଗାଙ୍ଗପୁର ସଙ୍ଗରୋଧ କକ୍ଷରେ ମିଳୁଛି ନିମ୍ନମାନର ଖାଦ୍ୟ । କେତେବେଳେ ଭାତରୁ ଗୋପ ବାହାରୁଛି ତ ରୁଟି କଞ୍ଚା ରହୁଛି । ପୁଣି କେତେବେଳେ ସୁଜି ହାଲୁଆ ବା ଉପମାର ମାନ ଅତି ଖରାପ ରହୁଛି । ଯାହାକୁ କି ପାଟିରେ ଦେଇ ହେଉନାହିଁ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜଗାଙ୍ଗପୁର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ପ୍ରବାସୀ । ରାଜଗାଙ୍ଗପୁର ପ୍ରଶାସନ ତରଫରୁ ପ୍ରବାସୀଙ୍କ ପାଇଁ ୬ଟି ସଙ୍ଗରୋଧ କକ୍ଷ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କୁ ଉକ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି । ମାତ୍ର ଉକ୍ତ କେନ୍ଦ୍ରରେ ରହୁଥିବା କିଛି ଲୋକ ପ୍ରଶାସନ ତରଫରୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି । ସରକାର ଖାଦ୍ୟ ପାନୀୟ ନିମନ୍ତେ ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ ଟଙ୍କା ଏବଂ ଶିଶୁଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ରାଜଗାଙ୍ଗପୁର ପୌରପାଳିକା ତରଫରୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭେିଯାଗ ସାମନାକୁ ଆସିଛି । ପ୍ରବାସୀଙ୍କ ଅଭିଯୋଗ ଅନୁଯାୟୀ ଖାଦ୍ୟ ଠିକ୍ ସମୟରେ ମିଳୁ ନଥିବା ବେଳେ ଦିଆଯାଉଥିବା ଭାତ ଖାଇଲା ବେଳେ ପୋକ ବାହାରୁଛି, ରୁଟି କଞ୍ଚା ରହୁଛି । ସୁଜି ହାଲୁଆ ପାଟିରେ ଦେଇ ହେଉନି । ଏ ନେଇ ଅଭିଯୋଗ କଲେ ଅଧିକାରୀ ଶୁଣୁ ନାହାନ୍ତି ଏବଂ ଓଲଟା ଦୁବ୍ୟବହାର କରୁଛନ୍ତି ।
Comments are closed, but trackbacks and pingbacks are open.