ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

Get real time updates directly on you device, subscribe now.

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ । ଶିକ୍ଷା ଅଧିକାରୀଙ୍କ କାର‌୍ୟାଳୟରେ ଭିଜିଲାନ୍ସ ରେଡ । ଝାରସୁଗୁଡା ଲଖନପୁର ବ୍ଲକ୍ ଶିକ୍ଷା ଅଧିକାରୀ କାର‌୍ୟ୍ୟାଳୟର ଆକାଉଣ୍ଟାଣ୍ଟ ଅରୁଣ ପାଢ଼ୀ । ୯ ଜଣ ଶିକ୍ଷକଙ୍କ ବକେୟା ବିଲ୍ ପାସ କରିବାକୁ କଣ୍ଢେଇକେଲାର ସିଆରସିସି ସତ୍ୟନାରାୟଣ ବେହେରାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଆଜି ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡର ଭିଜିଲାନ୍ସ ଅଧିକାରୀମନେ ଲାଞ୍ଚ ନେବାବେଳେ ଅରୁଣଙ୍କୁ ଧରିବା ପରେ ତାଙ୍କୁ ଗିରଫ କରି ତାଙ୍କ ବାସଭବନରେ ମଧ୍ୟ ଆୟ ବହିର୍ଭୁତ ସଂପତ୍ତିର ଯାଞ୍ଚ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons