ଭିଜିଲାନ୍ସ ଜାଲରେ ଏଡିଏମଓ

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ): ନୂଆ କରି ହୋଟେଲ ଖୋଲିବା ପାଇଁ ଆବଶ୍ୟକ ଥିବା ଖାଦ୍ୟ ସୁରକ୍ଷା ଲାଇସେନ୍ସ ଇସୁ୍ୟ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରିଣୀ ଡ଼.ଚୂଳବତୀ ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
ବରଗଡ଼ ଭିଜିଲାନ୍ସ ବିଭାଗ ତରଫରୁ ଜଣାଯାଇଛି ଯେ, ନୂଆ କରି ହୋଟେଲ ଖୋଲିବାକୁ ଯାଉଥିବା ଜଣେ ବ୍ୟକ୍ତି ଲାଇସେନ୍ସ ପାଇଁ ଜନସ୍ୱାସ୍ଥ୍ୟ ବିଭାଗରେ ନିର୍ଦ୍ଧାରିତ ଫର୍ମ ପୂରଣ ସହ ଆବେଦନ କରିଥିଲେ । ତେବେ ବିଭାଗୀୟ କର୍ମଚାରୀମାନେ ଏଥିପାଇଁ ଉକ୍ରୋଚ ଦାବି କରିବା ପରେ ବ୍ୟକ୍ତି ଜଣକ ଆପତ୍ତି କରିଥିଲେ । ପୂର୍ବରୁ ସଭିଏଁ ଦେଇଆସୁଥିବାରୁ ଦେବାକୁ ପଡ଼ିବ ବୋଲି କର୍ମଚାରୀମାନେ ଅଟଳ ରହିଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀ ଏଡ଼ିଏମଓ ଡ଼.ଚୂଳବତୀ ସାହୁ ସପ୍ତାହେ ପୂର୍ବରୁ କାମ କରିଥିଲେବି ବ୍ୟକ୍ତିଜଣଙ୍କୁ ଦଉଡ଼ାଇବାରେ ଲାଗିଥିଲେ । ଶେଷରେ ସମ୍ପୃକ୍ତ ବ୍ୟକ୍ତିଜଣକ ରାଜି ହୋଇଥିଲେ ମଧ୍ୟ ବରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିଦେ୍ର୍ଧଶକ୍ରମେ ଏବଂ ବରଗଡ଼ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ପରାମର୍ଶକ୍ରମେ ଅଭିଯୋଗକାରୀ ଆଜି ଜିଲ୍ଲ ପବ୍ଲିକ ହେଲ୍ଥ ଅଫିସର ଡ଼.ସାହୁଙ୍କୁ ତାଙ୍କ ବାସଭବନରେ ରାସାୟନିକ ରଙ୍ଗବୋଳା ୫ ହଜାର ଟଙ୍କା ଦେଇଥିଲେ । ତେବେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ସାକ୍ଷ୍ୟଙ୍କ ଉପସ୍ଥିତିରେ ତୁରନ୍ତ ମାଡ଼ିବସି ଡ଼.ଚୂଳବତୀଙ୍କ ଠାରୁ ଟଙ୍କାତକ ଜବତ କରି ଥିଲେ । ପୂର୍ବରୁ ଟିପିଥିବା ନୋଟର ନମ୍ବର ସମାନ ଥିବା ବେଳେ ପାଣିରେ ହାତ ଡ଼ୁବାଇବା ପରେ ହାତ ଲାଲ ହୋଇଯିବାରୁ ଲାଞ୍ଚ ନେଉଥିବାର ପ୍ରମାଣିତ ହେବା ପରେ ଭିଜିଲାନ୍ସ ତରଫରୁ ମାମଲା ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons