ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର

Get real time updates directly on you device, subscribe now.

କର୍ଲାମୁଣ୍ଡା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଏକ ମ୍ୟୁଟେସନ ମାମଲାର ଫଇସଲା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଧରିଛି । ଏଥିସହ ବିଭାଗ ପକ୍ଷରୁ ତହସିଲଦାରଙ୍କ ଏକାଧିକ ବାସଭବନରେ ଏକକାଳୀନ ଚଢ଼ଉ କରାଯାଉଛି ।
ସୂଚନାମତେ ରିଞ୍ଜା ପଞ୍ଚାୟତ ଦେଗାଁର ଲାଲସାହେବ ସାହୁ ଓ ତାଙ୍କ ପୁଅ ଐରାବତ ସାହୁ କିଣିଥିବା ଏକ ଘରଡ଼ିହର ମ୍ୟୁଟେସନ ଦୀର୍ଘ ଦିନ ହେଲା ପଡ଼ିରହିଥିଲା । ଏହାର ଫଇସଲା ପାଇଁ ତହସିଲଦାର ଶ୍ରୀ ସାହୁ ୧୫ ହଜାର ଟଙ୍କା ଦାବି କରିଥିଲେ । ଏ ସମ୍ପର୍କରେ ଲାଲସାହେବ କଳାହାଣ୍ଡି ଭିଜିଲାନ୍ସକୁ ଜଣାଇଥିଲେ । ଭିଜିଲାନ୍ସ ଅଧିକାରୀଙ୍କ ଯୋଜନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ୧୦ ହଜାର ଟଙ୍କା ଧରି ଲାଲସାହେବ ତହସିଲ କାର୍ଯ୍ୟାଳୟକୁ ଯାଇ ଶ୍ରୀ ସାହୁଙ୍କୁ ଦେଇଥିଲେ । ଅବଶିଷ୍ଟ ୫ ହଜାର ଟଙ୍କା ପରେ ଦେବେ ବୋଲି କହିଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ତାହସିଲଦାରଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ୧୦ ହଜାର ଟଙ୍କା ଜବତ କରିବା ସହ ତହସିଲଦାରଙ୍କୁ ଧରିଥିଲେ । ଏଥିସହ ଶ୍ରୀ ସାହୁଙ୍କ କର୍ଲାମୁଣ୍ଡାସ୍ଥିତ ସରକାରୀ ବାସଭବନ ଏବଂ ଢେଙ୍କାନାଳରେ ଥିବା ପୈତୃକ ଘରେ ଏକକାଳନୀ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ରାୟଗଡ଼ା ଭିଜିଲାନ୍ସ ବିଭାଗର ଇନ୍ସପେକ୍ଟର ସୁଶାନ୍ତ ବିଶ୍ୱାଳ, ମାଲକାନଗିରି ଇନ୍ସପେକ୍ଟର ଶରତ ସାହୁ, ନବରଙ୍ଗପୁର ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, ନୂଆପଡ଼ା ଇନ୍ସପେକ୍ଟର ଡିଭି ରାଓ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons