ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍ଆଇ

Get real time updates directly on you device, subscribe now.

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ ଏଏସଆଇ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କୋର୍ଟରେ କାର୍ୟ୍ୟରତ ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଶ୍ରୀ ସେନାପତିଙ୍କ ଏରସମା ଥାନା ଗଡ଼ ବିଶିନୀପୁର ପଞ୍ଚାୟତ ଆନନ୍ଦପୁର ସ୍ଥିତ ପୈତୃକ ଘର ସମେତ ସିପି ମକୁନ୍ଦପୁର ଗ୍ରାମରେ ଦୁଇ ମହଲା ଘର, ଭୁବନେଶ୍ୱର ହଂସପାଳସ୍ଥିତ ସୁରକ୍ଷା ବାଟିକାରେ ଥିବା ଆପାର୍ଟମେଣ୍ଟ ଓ ତିର୍ତ୍ତୋଲ କୋର୍ଟ କାର୍ୟ୍ୟାଳୟ ଆଦି ୪ଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ବରେ ୨୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛି। ବୁଧବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇ ଥିବା ବେଳେ ତାଙ୍କ ଘରୁ ତାଙ୍କର ନିଜ ନାମରେ ଓ ପରିବାର ଲୋକଙ୍କ ନାଁରେ ଥିବା ୧୦ଟିରୁ ଉର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ, ଏଟିଏମ୍ କାର୍ଡ, ଜମିବାଡ଼ି କାଗଜପତ୍ର ଆଜି ଜବତ ହୋଇଛି। ସେହିପରି ଘରେ ଓ ବ୍ୟାଙ୍କରେ ଥିବା ଲକର ଖୋଲା ହେବା ପରେ ସୁନା ଗହଣା ଓ ଟଙ୍କା ବାବଦରେ ଜଣା ପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons