ଭିଜିଲାନ୍ସ ଜାଲରେ ବାରିପଦା କ୍ଷୁଦ୍ରଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ

Get real time updates directly on you device, subscribe now.

ବାରିପଦା,(ବି.ବି.ନ୍ୟୁଜ୍): ଭିଜିଲାନ୍ସ ଜାଲରେ ପଡ଼ିଲେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ହୃଦେଶ୍ୱର ବେହେରା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଏହି ଅଧିକାରୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସର ୩୫ଜଣିଆ ଟିମ୍ ୬ଟି ସ୍ଥାନରେ ଗୁରୁବାର ଭୋର ୫ଟାରୁ ଚଢାଉ ଜାରି ରଖିଛି । ବାରିପଦାର ଷ୍ଟୋସନ ବଜାରର ପ୍ରଫୁଲ୍ଲ ନଗର ସ୍ଥିତ ବାସଭବନ ସମେତ ଅଫିସ୍, କପ୍ତିପଦା ବ୍ଲକ୍ ଅନ୍ତର୍ଗତ ନୁଦୁଡିହା ଠାରେ ଥିବା ପୈତୃକ ଘର, ବାଙ୍ଗିରିପୋଷି ବ୍ଲକ୍ର ଚନ୍ଦନପୁରଠାରେ ଥିବା ଶ୍ୱଶ୍ୱର ଘର, ଭୁବନେଶ୍ୱରର ନୟାପଲ୍ଲୀ ଠାରେ ଥିବା ଏକ ଫ୍ଲାଟ୍ ଏବଂ ବାରିପଦାର ଅସ୍ତିଆ ଠାରେ ଆଦିକନ୍ଦ ଶଂଖୁଆଙ୍କ ଘରେ ଏକ ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାରିପଦାର ସର୍ଚ୍ଚ ୱାରେଣ୍ଟ ଆଧାରରେ ବାଲେଶ୍ୱର ଭିଜିଲାନ୍ସ ମଣ୍ଡଳ ପକ୍ଷରୁ ଏହି ଚଢ଼ଉ କରାଯାଇଛି ।
ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍ ବାରିପଦା କ୍ଷୁଦ୍ରଜଳସେଚନ ସହକାରୀ ନିର୍ବାହୀଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ମୋଟ ଆୟ ବହିର୍ଭୁତ ସମ୍ପତ୍ତି ୧କୋଟି ୬୪ ଲକ୍ଷ ୨୯୮୪ଟଙ୍କା ଠାବ କରିଥିବା ଜଣାପଡିଛି । ସେଥିମଧ୍ୟରେ ରହିଛି ଭୁବନେଶ୍ୱରରେ ଥିବା ଏକ ତିନି ମହଲା କୋଠା ଯାହାର ମୂଲ୍ୟ ୨୮ଲକ୍ଷ ୯୭, ୮୪୩, ବାରିପଦାରେ ଥିବା ଏକ ତିନିମହଲା କୋଠା ଯାହାର ମୂଲ୍ୟ ୮୮ଲକ୍ଷ, ୮୫ ହଜାର ୩୦୭ଟଙ୍କା, ଉଦଳା, ବାରିପଦା ଏବଂ ଭୁବନେଶ୍ୱରରେ ଥିବା ୧୪ଟି ପ୍ଲଟ ଯାହାର ମୋଟ ମୂଲ୍ୟ ୧୭ଲକ୍ଷ ୧୩ହଜାର, ୨୫୭ଟଙ୍କା । ଏଥିସହିତ ୧ଲକ୍ଷ ୨୯ହଜାର ୮୬୯ଟଙ୍କା ମୂଲ୍ୟର ୨ଟି ଦୁଇଚକିଆ ଯାନ, ବିଭିନ୍ନ ବ୍ୟାଙ୍କରେ ଥିବା ଜମା ପରିମାଣ ୯ଲକ୍ଷ ୯୭ହଜାର ୮୮୫ଟଙ୍କା , ଏଲଆଇସି ଡିପୋଜିଟ୍ ୯ଲକ୍ଷ ୧୮ହଜାର ୨୮୧ଟଙ୍କା, ସୁନା ରୂପା ଅଳଙ୍କାରର ପରିମାଣ ୨ଲକ୍ଷ ୨୩ହଜାର୬୮୨, ୨୪, ୭୦୦ ନଗଦ ଟଙ୍କା ଏବଂ ୬ଲକ୍ଷ ୧୨ହଜାର ୧୬୦ଟଙ୍କାର ବହୁମୂଲ୍ୟବାନ ଗୃହ ସାମଗ୍ରୀ ଅନ୍ତର୍ଭୁକ୍ତ । ଏହି ଚଢ଼ଉରେ ବାରିପଦା, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରର ଭିଜିଲାନ୍ସ ଟିମ୍ ମିଳିତ ଭାବେ ନିୟୋଜିତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons