ଭିଜିଲାନ୍ସ ଜାଲରେ ସେବା ସମବାୟ ସମିତିର ସମ୍ପାଦକ

Get real time updates directly on you device, subscribe now.

ବରଗଡ : ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବୋଡେନ ସେବା ସମବାୟ ସମିତିର ସମ୍ପାଦକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବୋଡେନ ସେବା ସମବାୟ ସମିତିର ସମ୍ପାଦକ ଖଗେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ କରାଯାଇଛି । ତାଙ୍କର ୪ଟି ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ବୋଡେନରେ ଥିବା ୨ଟି ଘର, ପଦ୍ମପୁରରେ ଥିବା ୨ଟି ଘର, ବୋଡେନ୍ ସେବା ସମବାୟ ସମିତି କାର‌୍ୟାଳୟ ଏବଂ ବେଲପଡ଼ା ବ୍ଲକରେ ଥିବା ତାଙ୍କ ଶ୍ବଶୁର ଘରେ ଏକକାଳୀନ ରେଡ୍ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons