ଭିଜିଲାନ୍ସ ଜାଲରେ ୩ ପୋଲିସ ଅଧିକାରୀ

Get real time updates directly on you device, subscribe now.

ମାଲକାନଗିରି : ଭିଜିଲାନ୍ସ ଜାଲରେ ୩ ଜଣ ପୋଲିସ ଅଧିକାରୀ । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ ଥାନାର ୩ ଜଣ ପୋଲିସ ଅଧିକାରୀ । ଆଇଆଇସି ରଞ୍ଜନ ସାହୁ, ଏସଆଇ ମାନସ ରଞ୍ଜନ ସ୍ବାଇଁ ଏବଂ ଏସଆଇ ସୁନୀଲ କୁମାରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏକ ଜାଲ ସାର୍ଟିଫିକେଟ୍ କେସ୍‌କୁ ରଫା ଦଫା କରିବା ପାଇଁ ନେଉଥିଲେ ଲାଞ୍ଚ । ଓମ୍ ଭୂବର୍ଶ ନାମକ ଏକ ଘରୋଇ କଲେଜରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଗତକାଲି ରାତିରେ ଜୟପୁର ଭିଜିଲାନ୍ସ କାର‌୍ୟାଳୟକୁ ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons