ଭିଜିଲାନ୍ସ ଜାଲ୍ରେ କୋଟିପତି ଶିକ୍ଷକ:୩ କୋଟିରୁ ଅଧିକ ସମ୍ପତ୍ତି ଠାବ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନ୍ୟୁଜ୍): ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜଣେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ମୁଣ୍ଡିଗୁଡା ପିୟୁପିଏସ ସ୍କୁଲ ଶିକ୍ଷକ(ଜିଲ୍ଲା ପରିଷଽ ଶିକ୍ଷକ)ସୁବ୍ରତ କୁମାର ଚୌଧୁରୀ(ରିଟୁ)ଙ୍କ ନବରଙ୍ଗପୁର ଆର.କେ କଲୋନୀ ବାସଭବନ ସମେତ ୬ଟି ସ୍ଥାନରେ ଚଢଉ କରାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତି ଆକାଳନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆକଳନ ସରି ନଥିବା ଓ ଏଥିରେ ୬ଟି ଟିମ୍ ସାମିଲ ହୋଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
ଶିକ୍ଷକଙ୍କ ଏଚଡିଏଫସି ବ୍ୟାଙ୍କ ନିକଟରେ ଥିବା ଆପାର୍ଟମେଣ୍ଟ ଡିଜାଇନରେ ନିର୍ମିତ ୪ ମହଲା କୋଠା ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଥମେ ଚଢଉ କରାଯାଇଥିଲା । ସେହିପରି ଆରକେ କଲୋନୀ ବାସଭବନ, ୨୬ ନଂ.ଜାତୀୟ ରାଜପଥ ପାଶ୍ୱର୍ରେ ତାଙ୍କ ସ୍ତ୍ରୀ ଭାରତୀ ଚୌଧୁରୀଙ୍କ ନାଁରେ ଥିବା ସନ୍ତୋଷୀ ଇନ୍ଫୋଟେକ୍ କମ୍ପ୍ୟୁଟର କେନ୍ଦ୍ର, ରଙ୍ଗମାଟିଗୁଡାଠାରେ ୨ ତାଲା କୋଠା, ସ୍ଥାନୀୟ ନୂଆଚର୍ଚ୍ଚ ନିକଟରେ ସ୍ତ୍ରୀଙ୍କ ନାଁରେ ଥିବା ୨ ତାଲା କୋଠା, ନୂଆବନ୍ଧ ସାହିରେ ସ୍ତ୍ରୀଙ୍କ ନାଁରେ ଥିବା ଅନ୍ୟ ଏକ ୨ ତାଲା କୋଠା ଉପରେ ଚଢଉ କରାଯାଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଚଢଉ ସନ୍ଧ୍ୟାପର୍ଯ୍ୟନ୍ତ ଶେଷ ହୋଇ ନଥିଲା । ଶିକ୍ଷକଙ୍କ ସ୍ଥାବର ଅସ୍ଥାବର ସଂପତ୍ତିର ଆକଳନ ଚାଲିଛି । ସନ୍ଧ୍ୟା ସୁଦ୍ଧା ୩କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏହି ଚଢଉରେ ରାୟଗଡା ଜିଲ୍ଲା ଭିଜିଲାନ୍ସ ଡିଏସ୍ପି ସୁଶାନ୍ତକୁମାର ବିଶ୍ୱାଳ, କଳାହାଣ୍ଡି ଜିଲ୍ଲାର ସତ୍ୟବାନ ମହାନନ୍ଦ, ଜୟପୁର ଡିଏସ୍ପି ହେନେରି କୁଲୁ, ନବରଙ୍ଗପୁର ଇନ୍ସପେକ୍ଟର ଽୀନବନ୍ଧୁ ବେହେରା, ଶିବରାମ ସାହୁ, ସୂର୍ଯ୍ୟକାନ୍ତି ଟାକ୍ରି, ରୁନା ପଣ୍ଡା, କଳାବତୀ ବାଘଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଏନେଇ ଶିକ୍ଷକ ଶ୍ରୀ ଚୌଧୁରୀଙ୍କୁ ପଚାରିବାରେ ଗତ ଏକବର୍ଷ ହେଲା ସେ ଶିକ୍ଷକତାରୁ ଇସ୍ତଫା େଽଇଛନ୍ତି । ୩ ମାସ ତଳେ ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇଛି । ବର୍ତ୍ତମାନ ସେ ସନ୍ତୋଷୀ ଇନ୍ଫୋଟେକ୍ କମ୍ପ୍ୟୁଟର (ଫାର୍ମ)ରେ ରହି ତାଙ୍କ ସ୍ତ୍ରୀଙ୍କୁ ସହାୟତା କରୁଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons