ଭିଜିଲାନ୍ସ ଯାଞ୍ଚ: ଅଙ୍ଗନବାଡ଼ି କର୍ମୀଙ୍କ ସମ୍ପତ୍ତି ୨.୨୫ କୋଟି

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ମାସିକ ୭ ହଜାର ୫ଶହ ଟଙ୍କା ଦରମା ପାଉଥିବା ଜଣେ ଅଙ୍ଗନବାଡି କର୍ମୀଙ୍କ ସମ୍ପତ୍ତି ୨.୨୫କୋଟି ଟଙ୍କା । ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆକଳନ ହୋଇଛି ୨.୨୫ କୋଟି ଟଙ୍କା । ଏହାର ଉତ୍ସ ଯାଞ୍ଚ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ ପାତ୍ରଙ୍କ ସୂଚନା ଅନୁସାରେ ବ୍ରହ୍ମପୁର ମଙ୍ଗଳବାରମ୍ପେଟା-୨ ସାହିରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି ନମିତା ଦଳାଇ । ସେ ୧୯୯୦ରୁ ଚାକିରିରେ ଯୋଗ ଦେଇଥିଲେ । ୨୦୧୮ ପର୍ଯ୍ୟନ୍ତ ତାଙ୍କ ଦରମା ଥିଲା ମାସିକ ୬ ହଜାର ଟଙ୍କା । ଏବେ ସେ ୭ ହଜାର ୫୦୦ ଟଙ୍କା ଦରମା ପାଉଛନ୍ତି । ତାଙ୍କର ବିପୁଳ ସମ୍ପତ୍ତି ଭିତରେ ରହିଛି ଭୁବନେଶ୍ୱରରେ ଦୁଇଟି ଫ୍ଲାଟ୍ ଓ ବ୍ରହ୍ମପୁରରେ ୩ଟି ଘର । କିଛି ମାସ ତଳେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି । କେଉଁ ଉପାୟରେ ଏତେ ସମ୍ପତ୍ତି ଅର୍ଜନ କରିଛନ୍ତି ତାର ତଦନ୍ତ ଚାଲୁଥିବା ସେ କହିଛନ୍ତି ।
ଏସ୍୍ପିଙ୍କ ସୂଚନା ଅନୁସାରେ ବେଶ୍ କିଛିଦିନ ହେଲା ନମିତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମିସ୍ କେସ୍ ନମ୍ବର ୭/୨୦୨୦ରେ ମାମଲା ରୁୁଜୁ ହୋଇଥିଲା ଏବଂ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସର୍ଚ୍ଚ ୱାରଣ୍ଟ ଜାରି କରିବା ପରେ ଆଜି ସକାଳୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ନଗର ୧ମ ଲାଇନ୍ରେ ଥିବା ତିନି ମହଲା କୋଠା, ସେହି ସାହିରେ ହିଁ ଥିବା ଆଉ ଗୋଟିଏ ଦୁଇ ମହଲା କୋଠା, ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ ନାମରେ ଥିବା ଗଣେଶ ନଗର କୋଠା, ଭୁବନେଶ୍ୱର ଗୌତମ ନଗର ଶ୍ରୀଏନ୍କ୍ଲେଭ୍ ଗ୍ରାଉଣ୍ଡ ଫ୍ଲେର୍ରେ ଥିବା ୨ ବିଏଚ୍କେ ଫ୍ଲାଟ, ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ତାଙ୍କ ଭଉଣୀଙ୍କ ନାମରେ ଥିବା ଦଳୁଆ ସାହି ଘରେ ଏବଂ ଗଣେଶ ନଗର ଅଙ୍ଗନବାଡି କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା ।
ଭିଜିଲାନ୍ସ ଯାଞ୍ଚ କରିବା ପରେ ତାଙ୍କର ୧, ୯୫, ୪୦, ୬୩୬ ଟଙ୍କାର ସ୍ଥାବର ଓ ୩୦, ୫୬, ୦୧୧ଟଙ୍କାର ଅସ୍ଥାବର, ଏହିଭଳି ମୋଟ ୨, ୨୫, ୯୬, ୬୪୭ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । ଭିଜିଲାନ୍ସ ଆକଳନ ପ୍ରକାରେ ବ୍ରହ୍ମପୁର ଗଣେଶ ନଗର ମଙ୍ଗଳବାରମ୍ପେଟା ସାହି-୨ରେ ଥିବା ତିନିମହଲା ଘରର ମୂଲ୍ୟ ୮୩, ୪୪, ୩୪୮ ଟଙ୍କା, ଲକ୍ଷ୍ମୀନୃସିଂହ ନଗର ୧ମ ଲାଇନ୍ରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୨୨, ୧୩, ୪୦୦ ଟଙ୍କା, ବ୍ରହ୍ମପୁର ଗଣେଶ ନଗର ଘରର ମୂଲ୍ୟ ୧୧, ୬୩, ୦୮୮ଟଙ୍କା, ଭୁବନେଶ୍ୱର ଗୌତମ ନଗର ଶ୍ରୀଏନ୍େକ୍ଲଭ୍ ଫ୍ଲାଟ୍ର ମୂଲ୍ୟ ୪୫, ୨୧, ୮୦୦ଟଙ୍କା, ଭୁବନେଶ୍ୱର ସୁନ୍ଦରପଦାରେ ଥିବା ଫ୍ଲାଟ୍ର ମୂଲ୍ୟ ୨୭, ୬୮, ୦୦୦ଟଙ୍କା, ଲକ୍ଷ୍ମୀନୃସିଂହ ସାହି ୧୨ନଂ ଲାଇନ୍ରେ ଥିବା ଘରର ମୂଲ୍ୟ ୫, ୨୮, ୨୦୦ ଟଙ୍କା ଏବଂ ସୋରଳ ମୌଜାରେ ଥିବା ଗୋଟିଏ ପ୍ଲଟ୍ର ମୂଲ୍ୟ ୧୮୦୦ଟଙ୍କା ଏଭଳି ମୋଟ ୧, ୯୫, ୪୦, ୬୩୬ ଟଙ୍କାର ସ୍ଥାବର ସମ୍ପତ୍ତି ଠାବ ହୋଇଛି । ସେହିପରି ୩, ୦୦, ୩୫୦ ଟଙ୍କାର ଘରକରଣା, ୬, ୧୯, ୭୪୬ ଟଙ୍କା ମୂଲ୍ୟର ଗୋଟିଏ କାର୍, ୪୯, ୬୧୪ଟଙ୍କା ମୂଲ୍ୟର ବାଇକ୍, ୪, ୭୦, ୦୦୦ଟଙ୍କାର ଗୋଟିଏ ଛତୁଆ ତିଆାରି ମେସିନ୍, ନଗଦ ୨, ୮୭୨ଟଙ୍କା, ୩, ୩୪, ୩୫୩ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର, ୧୨, ୭୯, ୦୭୬ଟଙ୍କା ବିଭିନ୍ନ ବ୍ୟାଙ୍କ୍ରେ ନମିତା ଓ ତାଙ୍କ ପୁଅ ନାମରେ ଜମା ଏଭଳି ଭାବେ ୩୦, ୫୬, ୦୧୧ଟଙ୍କାର ଅସ୍ଥାବର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ । ଅଧିକ ତଦନ୍ତ ଜାରି ରହିଥିବା ବେଳେ ସମ୍ପତ୍ତି ତାଲିକା ଲମ୍ବିପାରେ । ତେବେ ଆସନ୍ତାକାଲି କେତେ ଟଙ୍କା ଆୟ ବହିର୍ଭୂତ ଜଣାପଡିବ ବୋଲି ଭିଜିଲାନ୍ସ ଏସ୍ପି ପାତ୍ର କହିଛନ୍ତି । ପୂର୍ବରୁ ବିଭିନ୍ନ କାରଣରୁ ଲାଞ୍ଚ ନେଉଥିବା ବେଳେ ଅଙ୍ଗନବାଡି କର୍ମୀ ଭିଜିଲାନ୍ସରେ ଧରାପଡିଥିଲେ କିନ୍ତୁ ଦୀର୍ଘବର୍ଷ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗରେ କେହି ଧରାପଡିନଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons