ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଏସ୍ଆଇ

Get real time updates directly on you device, subscribe now.

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପୋଲିସ୍‌ ଏସ୍‌ଆଇ। ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗନ୍ନାଥ ପ୍ରସାଦ ଥାନାର ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ ଧରା ପଡିଛନ୍ତି। ଥାନାକୁ ଆସିଥିବା ଏକ ମାମଲା ସାମାଧାନ କରି ଦେବେ କହି ୩ ହଜାର ଟଙ୍କା ଡିମାଣ୍ଡ କରିଥିଲେ। ମିଳିଥିବା ସୂଚନା ଅନୁସାରେ ପି.ରାଜା ସେନାପତି ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଏସ୍‌ଆଇ ବାବୁ ଜଣଙ୍କ ଧରା ପଡିଛନ୍ତି। ଏହି ଲାଞ୍ଚ ନେବା ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ କେସ୍‌ ନଂ.୮/୨୦୨୦ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧ ତଥ୍ୟ ସଂଗ୍ରହ କରୁଛି। ଏହା ପୂର୍ବରୁ ଏସ୍‌ଆଇଙ୍କ ନାଁ ଏମିତି କିଛି ମାମଲା ରହିଛି କି ? ସେନେଇ ବ୍ରହ୍ମପୁର ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ଏ ସଂପର୍କରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚାରଉଚାର କରିଛନ୍ତି। ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ ଅଧିକ ତଥ୍ୟ ସଂଗ୍ରହ କରୁଛି ବ୍ରହ୍ମପୁର ଭିଜିଲାନ୍ସ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons