ଭିତରକନିକାରେ କମିଲେ ସ୍ତନ୍ୟପାୟୀ ପ୍ରାଣୀ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ): ଭିତରକନିକା ଜାତୀୟ ଉଦ୍ୟାନରେ ବାସ କରୁଥିବା ସ୍ତନ୍ୟପାୟୀ ପ୍ରାଣୀଙ୍କ ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ ୨୦୧ ସ୍ତନ୍ୟପାୟୀ ପ୍ରାଣୀ କମିଥିବା ଜଣାପଡ଼ିଛି । ସଂଖ୍ୟା କାହିଁକି କମିଲା ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଏବେ ଉଦ୍ବେଗ ପ୍ରକାଶ ପାଇଛି ।
ଗତ ନଭେମ୍ୱର ୨୩ରୁ ୨୫ ତିନି ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନ ସମେତ ବରୁଣେଇ ସଂରକ୍ଷିତ, ସୁନେଇରୂପେଇ ଜଙ୍ଗଲ, ଶାସନପେଟା ଜଙ୍ଗଲ, ହୁକିଟୋଲା ଦ୍ୱୀପ, କୁଜଙ୍ଗସ୍ଥିତ ସଂରକ୍ଷିତ ଜଙ୍ଗଲରେ ବସବାସ କରୁଥିବା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଗଣନା କରାଯାଇଥିଲା । ୨୦୧୯ ମସିହାରେ ଭିତରକନିକାରେ ୮୧୦୫ ସ୍ତନ୍ୟପାୟୀ ପ୍ରାଣୀ ଥିବା ବେଳେ ଏଥର ଏହି ସଂଖ୍ୟା ୭୯୦୪କୁ ଖସି ଆସିଛି । ଅର୍ଥାତ ଗତବର୍ଷଠାରୁ ଏବର୍ଷ ୨୦୧ ପ୍ରାଣୀ କମିଥିବା ରିପୋର୍ଟରୁ ଜଣାପଡିଛି । ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶଙ୍କ ସୂଚନା ମୁତାବକ ଚଳିତ ବର୍ଷ କନିକା ରେଞ୍ଜରେ ୫୦୩, ଗହୀରମଥା ରେଞ୍ଜରେ ୧୪୦, ରାଜନଗର ରେଞ୍ଜରେ ୨୪୮ ସ୍ତନ୍ୟପାୟୀ ପ୍ରାଣୀ ବଢିଥିବା ବେଳେ ମହାକାଳପଡା ରେଞ୍ଜରେ ୧୨୬୪, କୁଜଙ୍ଗ ରେଞ୍ଜରେ ୨୦୧ ପ୍ରାଣୀ କମିଛନ୍ତି । ରିପୋର୍ଟ ଅନୁଯାୟୀ ଭିତରକନିକାରେ ଚିତ୍ରା ହରିଣ ୩୧୧୮, ବାର୍ହା ୧୮୧୧, ସମ୍ୱର ୪, ପାତି ମାଙ୍କଡ ୨୨୫୦, ହନୁମାଙ୍କଡ ୬୧, ବିଲୁଆ ୩୬୬, ମାଛରଙ୍କା ବିରାଡି ୪୪, ହେଟାବାଘ ୧୦, ଓଧ ୧୪୪, ବଣବିରାଡି ୧୭, ନେଉଳ ୨୪, କୋକିଶିଆଳି ୧୦, ଚିତାବିରାଡି ୨, ଝିଙ୍କ ୨୩, ଶାଳିଆପାତନୀ ୧୩, ଠେକୁଆ ୭ଟି ଠାବ କରାଯାଇଛି । ଚଳିତବର୍ଷ କନିକା ରେଞ୍ଜରେ ସର୍ବାଧିକ ୫୨୪୪ ପ୍ରାଣୀଙ୍କୁ ଗଣନା ସମୟରେ ଚିହ୍ନଟ କରାଯାଇଛି । ରାଜନଗର ରେଞ୍ଜରେ ୧୭୫୭, ଗହୀରମଥାରେ ୨୪୮, ମହାକାଳପଡାରେ ୩୯୯, କୁଜଙ୍ଗ ରେଞ୍ଜରେ ୭୯୦୪ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଗଣନା କରାଯାଇଛି । ଗତବର୍ଷ ଚିତ୍ରା ହରିଣଙ୍କ ସଂଖ୍ୟା ୩୧୦୮ ଥିବା ବେଳେ ବାର୍ହା ୧୯୨୬, ସମ୍ୱର ୧, ପାତିମାଙ୍କଡ ୨୪୫୦, ହନୁମାଙ୍କଡ ୨୪, ବିଲୁଆ ୩୭୧, ମାଛରଙ୍କା ବିରାଡି ୩୧, ହେଟାବାଘ ୧୦, ଓଧ ୮୯, ବଣବିରାଡି ୬, ନେଉଳ ୩୬, କୋକିଶିଆଳି ୨୮, ଚିତାବିରାଡି ୧, ଝିଙ୍କ ୧୪, ଶାଳିଆପାତିନୀ ୮, ଠେକୁଆଙ୍କ ସଂଖ୍ୟା ୨ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons