ବୁର୍ଲା, (ବି.ବି.ନୁ୍ୟଜ୍): ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟର ଚତୁର୍ଥ ପ୍ଲାଜ୍ମା ବ୍ୟାଙ୍କ ଆଜି ଭିମସାର୍ ରକ୍ତଭଣ୍ଡାର ପରିସରରେ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ କରୋନାରୁ ସୁସ୍ଥ ହୋଇଥିବା ୩ ଜଣ ରୋଗୀ ପ୍ଲାଜ୍ମା ଦାନ କରିଛନ୍ତି । ଏଣିକି ପ୍ରତିଦିନ ସୁସ୍ଥ ରୋଗୀଙ୍କ ଠାରୁ ପ୍ଲାଜ୍ମା ସଂଗ୍ରହ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।
ଆଜି ପୂର୍ବାହ୍ନରେ ବୁର୍ଲା ରକ୍ତଭଣ୍ଡାର ପରିସରରେ ଅନୁÂିତ ହୋଇଥିଲା ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ ସମାରୋହ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଭିଡିଓ କନଫରେନସିଂ ଜରିଆରେ ଏହାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ବୁର୍ଲା ପ୍ଲାଜମା ବ୍ୟାଙ୍କରେ ଉପସ୍ଥିତ ଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଆର୍ଡିସି ନିରଞ୍ଜନ ସାହୁ, ଜିଲ୍ଲାପାଳ ଶୁଭମ ସକ୍ସେନା, ପିଡି ଡିଆର୍ଡିଏ ସୁକାନ୍ତ ତ୍ରିପାଠୀ, ଭିମସାର ନିଦେ୍ର୍ଧଶକ ପ୍ରଫେସର ଲଳିତ ମେହେର, ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର ଏବଂ ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଦୋରା ପ୍ରମୁଖ ।
ଆଜି ପ୍ରଥମ ଦିନରେ ୩ ଜଣ ପ୍ଲାଜ୍ମା ଦାନ କରିଥିବା ବ୍ୟାଙ୍କ ମୁଖ୍ୟ ଚିତ୍ତରଞ୍ଜନ ପ୍ରସାଦ ସୂଚନା ଦେଇଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ବରଗଡ଼ ଜିଲ୍ଲା କଟାପାଲିର । ଜଣେ ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି । ତେବେ, ଗୋଟିଏ ବ୍ୟକ୍ତି ପ୍ଲାଜ୍ମା ଦାନ କରିବାକୁ ହେଲେ ପ୍ରାୟ ଅଢେ଼ଇ ଘଣ୍ଟା ସମୟ ଲାଗୁଛି । ଭିମସାରରେ ପ୍ରତିଦିନ ୨ ଜଣ ପ୍ଲାଜ୍ମା ଦାନ କରିପାରିବେ ବୋଲି ଜଣାପଡିଛି । ଆଗକୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ତାଲିକା ଅନୁଯାୟୀ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଆସି ପ୍ଲାଜ୍ମା ଦାନ କରିବେ ବୋଲି ସୂଚନା ମିଳିଛି ।
Comments are closed, but trackbacks and pingbacks are open.