
ଅନୁଗୋଳ: ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା ମଙ୍ଗଳ ଅଧିକାରୀ । ତାଙ୍କ ଅଫିସର ଜଣେ ପିଅନଙ୍କଠୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଗଲେ ଅଧିକାରୀ। ଲାଞ୍ଚ ନେବାର ପୂର୍ବ ଅଭ୍ୟାସ୍ ଛାଡି ପାରିନଥିଲେ ଏହି ମହିଳା ଅଧିକାରୀ। ବଦଳିବା ହେବା ପରେ ପୁଣି ଥରେ ଅନୁଗୋଳ ଜିଲ୍ଲାକୁ ଫେରିଥିଲେ। ହେଲେ ଲାଞ୍ଚ ମାଗିବା କଥା ଭୁଲି ନଥିଲେ।
ସୂଚନା ଅନୁଯାୟୀ, ଚତୁର୍ଭୁଜ ପୋଢ଼ଙ୍କୁ ରୋଷେୟା ଭାବେ ୨୦୦୬ ମସିହାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ୟ୍ୟାଳୟରେ ନିଯୁକ୍ତି ଦେଇଥିଲେ । ଏହା ବଦଳରେ ଅଧିକାରୀ ସେତେବେଳେ ରୋଷେୟାଙ୍କୁ କିଛି ଟଙ୍କା ମାଗିଥିଲେ। କିନ୍ତୁ ପିଅନ ଜଣକ ଦେଇ ପାରିନଥିଲେ। ପରବର୍ତ୍ତୀ ସମୟରେ ଚାରୁଲତାଙ୍କ ବଦଳି ହୋଇ ଯାଇଥିଲେ ।
ଏହାର କିଛି ବର୍ଷ ପରେ ପୁଣି ଚାରୁଲତା ଅନୁଗୁଳ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ । ପୁଣି ଥରେ ମାଡାମ ଟଙ୍କା ମାଗିଥିଲେ। ନ ଦେବାରୁ ପିଅନ ଜଣଙ୍କର ତିନି ମାସର ଦରମା ବନ୍ଦ କରିଦେଇଥିଲେ। ୫୦ ହଜାର ଟଙ୍କା ଦେଲେ ବକେୟା ଦରମା ଦିଆଯିବ ବୋଲି କହିଥିଲେ।
ନିରୁପାୟ ହୋଇ ଚତୁର୍ଭୁଜ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ୪୯ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଚାରୂଲତା ମାଡାମ। ପରେ ଚାରୁଲତାଙ୍କ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଛି।
Comments are closed, but trackbacks and pingbacks are open.