ଭ୍ୟାନ ଦୁର୍ଘଟଣାରେ ୭ ଗୁରୁତର

Get real time updates directly on you device, subscribe now.

ଥୁଆମୂଳ ରାମପୁର,(ବି.ବି.ନୁ୍ୟଜ): ସୋମବାର ଥୁଆମୂଳ ରାମପୁର କାଠକୁରା ମୁଖ୍ୟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛୀ । ଏଥିରେ ଡ୍ରାଇଭର ସମେତ ୭ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଥୁଆମୂଳ ରାମପୁର ଗାÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତନ୍ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଦେଖି ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଆହତମାନେ ହେଲେ ସନ୍ତୋଷ ବିଶି, ପ୍ରସନ୍ନ ମହାଲିକ, ସମୀର ପାତ୍ର, ରାମକୃଷ୍ଣ ଦଳପତି, ମୁରଲୀଧର ପୁଝାରୀ, ଗଗନେଶ୍ୱର ପୁଝାରୀ ଓ ବବୃବାହାନ ବାଗ । ସମସ୍ତେ ଥୁଆମୂଳ ରାମପୁର ଗ୍ରାମର । ବବୃବାହାନ ବାଗ ଥୁଆମୂଳ ରାମପୁର ଗାÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଭବାନୀପାଟଣା ସ୍ଥାନାନ୍ତର ହାଇଥିବା ୬ ଜଣଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଥୁଆମୂଳ ରାମପୁର ଥାନା ପୁଲିସ ଏକ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons