ମତ୍ସ୍ୟ ବିଭାଗର କିରାଣିଙ୍କୁ ହତ୍ୟା!

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ): ବାଲେଶ୍ୱର ମତ୍ସ୍ୟ ବିଭାଗ (ମେରାଇନ)ରେ କିରାଣି ଭାବେ କାର୍ଯ୍ୟ କରୁଥବା ସ୍ୱାଧୀନ ରାୟଚୌଧୁରୀ (୫୦)ଙ୍କ ମୃତଦେହ ଏକ ବିଲରୁ ପୁଲିସ ଉଦ୍ଧାର କରିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା-କୁପାରୀ ରାସ୍ତାର ଜଳଙ୍ଗ ତେନ୍ତୁଳିଆ ଗ୍ରାମ ପାଖ ବିଲରୁ ଉଦ୍ଧାର ହୋଇଛି ମୃତଦେହ । ଏହା ହତ୍ୟାକାଣ୍ଡ ବୋଲି ପୁଲିସ ସନେ୍ଦହ କରିଛି । ମୃତକଙ୍କ ଘର ସମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ ନୟାପଲ୍ଲୀ ଗ୍ରାମରେ । ଶନିବାର ସେ ଅଫିସ ଯାଇ ଆଉ ଘରକୁ ଫେରିନଥିଲେ । ରବିବାର ତାଙ୍କ ରକ୍ତାକ୍ତ ମରଶରୀର ବିଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖ ପୁଲିସକୁ ଖବର ଦେଇଥିଲେ ।
ରବିବାର ଜଣେ ଅଚିହ୍ନା ଲୋକର ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପ୍ରଥମେ ମୃତଦେହକୁ କେହି ଚିହ୍ନି ପାରିନଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିଲା । ସ୍ୱାଧୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନାକରୁ ମଧ୍ୟ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ପାଖରେ କଳା ରଙ୍ଗର ବ୍ୟାଗ୍, ଗାମୁଛା ପଡ଼ିଥିବା ବେଳେ କେହି ତାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବାର ଅନୁମାନ କରାଯାଉଛି । ସ୍ୱାଧୀନ ଗତ ଶନିବାର ଅଫିସ୍ରୁ କାର୍ଯ୍ୟ ସାରି ରାତିରେ ବାହାରିଥିଲେ । ହେଲେ ଘରେ ନ ପହଞ୍ଚି ସେହି ସ୍ଥାନକୁ କେମିତି ଗଲେ? କେଉଁମାନେ ତାଙ୍କୁ ହତ୍ୟା କରିଛନ୍ତି? ଏହିସବୁ ପ୍ରଶ୍ନ ନେଇ ଅଞ୍ଚଳରେ ଆଲୋଚନା ଚାଲିଛି । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚôଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ଧରି ଘଟଣାର ପର୍ଦ୍ଧାଫାଶ କରିବା ପାଇଁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons