
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅବକାରୀ ବିଭାଗ ପକ୍ଷରୁ ଶନିବାର ଝରିଗାଁ ବ୍ଲକର ଦୁଇଟି ଗାଁରେ ଚଢଉ ହୋଇଛି । ଚଢଉ ବେଳେ ୧୬୨୦ ଲିଟର ମଦ ଜବତ ହୋଇଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନୂଆଗୁଡାର ସନା ମୁଦୁଲି(୪୮), ଧନୁ ମୁଦୁଲି(୨୦), ବଡ ଟେମରା ଗାଁର ରବି ମୁଦୁଲି(୩୫) ଓ ଜଗା ଜାନୀ(୩୯) ।
ସୂଚନା ଅନୁସାରେ, ଉକ୍ତ ଦୁଇଟି ଗାଁରେ ଚୋରା ମଦ କାରବାର ନେଇ ପୂର୍ବ ସୂଚନା ମିଳିଥିଲା । ସୂଚନା ମୁତାବକ ଚଢଉ କରାଯାଇଥିଲା । ଜବତ ମଦରୁ ୧୫ ଶହ ଲିଟରକୁ ନଷ୍ଟ କରାଯାଇଛି । ବାକି ମଧ୍ୟରେ ୨୦ ଲିଟର ତାଡି ରହିଛି । ନବରଙ୍ଗପୁର ଜିଲ୍ଲପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିଦେ୍ର୍ଧଶରେ ଏହି ଚଢଉ ହୋଇଥିଲା । ଚଢଉ ବେଳେ ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତ, ବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ, ଉମରକୋଟ ଓଆଇସି, ଅନ୍ୟ ଅବକାରୀ କର୍ମଚାରୀ ଓ ପୁଲିସ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.