ଭଦ୍ରକ: ଗୋଟିଏ ଫୌଜଦାରୀ ମାମଲାକୁ ଭିନ୍ନମୋଡ ଦେବା ପାଇଁ ଅଭିଯୋଗକାରୀଙ୍କୁ ମଦ ମାଗିବା ଭଦ୍ରକ ସହରାଞ୍ଚଳ ଥାନାର ଜଣେ ଏଏସ୍ଆଇଙ୍କ ପାଇଁ ମହଙ୍ଗା ପଡ଼ିଛି । ଏସମ୍ପର୍କିତ ଗୋଟିଏ ଭିଡିଓ ଓ ଅନ୍ୟ ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ସଂପୃକ୍ତ ଏଏସ୍ଆଇଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଏଏସ୍ଆଇ ହେଲେ ବୀରକିଶୋର ବେହେରା । ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଭଦ୍ରକ ଏସଡିପିଓଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ୧୫ ଦିନ ପୂର୍ବେ ପୌରାଞ୍ଚଳର ୭ ନମ୍ବର ୱାର୍ଡରେ କୌଣସି ଏକ ଘଟଣାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଘଟି ଗଣ୍ଡଗୋଳର ରୂପ ନେଇଥିଲା । ଏଥିରେ ଜଣେ ଯୁବକ ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ଏହି ଘଟଣାରେ ଉଭୟ ପକ୍ଷ ସହରାଞ୍ଚଳ ଥାନାରେ ପରସ୍ପର ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିଲେ । ତେବେ ଉଭୟ ପକ୍ଷଙ୍କ ମାମଲା ପଞ୍ଜୀକୃତ ହୋଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳି ନଥିବା ବେଳେ ଉକ୍ତ ଘଟଣାର ତଦନ୍ତ ଦାୟିତ୍ୱ ସହରାଞ୍ଚଳ ଥାନାର ଏଏସ୍ଆଇ ବୀର କିଶୋର ବେହେରା କରୁଥିଲେ । କିନ୍ତୁ ମାଡ଼ ଖାଇ ମେଡିକାଲରୁ ଫେରିଥିବା ପକ୍ଷ ବାରମ୍ବାର ଏଏସଆଇ ଶ୍ରୀ ବେହେରାଙ୍କ ନିକଟରେ ପହଞ୍ଚି କାର୍ଯ୍ୟାନୁÂାନ ପାଇଁ ନିବେଦନ କରିଥିଲେ ମଧ୍ୟ ସେ କିଛି ଶୁଣୁ ନଥିଲେ । ଶ୍ରୀ ବେହେରାଙ୍କ ଦୁର୍ବଳତା ସମ୍ପର୍କରେ ଅବଗତ ହେବା ପରେ ସଂପୃକ୍ତ ଯୁବକ ଶେଷରେ ବାଧ୍ୟ ହୋଇ ସହରାଞ୍ଚଳ ଥାନାରେ ପହଞ୍ଚି ଏକ ଗଛ ମୂଳରେ ତାଙ୍କୁ ମଦ ବୋତଲ ଦେବା ସହ ଉକ୍ତ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ । ଶନିବାର ରାତିରେ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଦେଇଥିଲେ । ଏହା ପରେ ଶ୍ରୀ ବେହେରା ସଂପୃକ୍ତ ଯୁବକଙ୍କୁ ଭିଡିଓ କାହିଁକି ଭାଇରାଲ କଲୁ ବୋଲି ପଚାରିଥିଲେ । ଏନେଇ ସମସ୍ତ କଥୋପକଥନକୁ ସଂପୃକ୍ତ ଯୁବକ ରେଡର୍କିଂ କରି ପୁଣି ଥରେ ଭାଇରାଲ କରିଥିଲେ । ଉଭୟ ଭିଡିଓ ଓ ଅଡିଓଙ୍କୁ ଗଣମାଧ୍ୟମକୁ ଦେଇ ଦେଇଥିଲେ । ଆଜି ଏହି ମାମଲା ପ୍ରଥମେ ଏକ ୱେବ୍ ଚ୍ୟାନେଲରେ ପ୍ରସାରିତ ହେବାର ୨ ଘଣ୍ଟା ପରେ ଏସ୍ପି ଶ୍ରୀ ମୀନା ଏପରି କାର୍ଯ୍ୟାନୁÂାନ ଗ୍ରହଣ କରିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ଖୁବ୍ ନିକଟରେ ଶ୍ରୀ ବେହେରାଙ୍କ ପଦୋନ୍ନତି ହୋଇଥା’ନ୍ତା ।
ତେବେ ଏପରି ଏକ ଘଟଣା ପୁଲିସର ସାଧାରଣରେ ଥିବା ଛବିକୁ ମଳିନ କରିଥିବା ଚର୍ଚ୍ଚା ହେଉଛି । ଯଦି ମାମଲା ୧୫ ଦିନ ପୂର୍ବେ ଘଟିଥିଲା, ତେବେ ଏହି ତଦନ୍ତକାରୀ ଅଧିକାରୀ ଶ୍ରୀ ବେହେରା ଉଭୟ ପକ୍ଷଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଥିଲେ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ଯଦି ସହରାଞ୍ଚଳ ଥାନାରେ ଏପରି ଘଟଣା ଘଟୁଛି, ଗ୍ରାମାଞ୍ଚଳରେ ଥିବା ଥାନା ଓ ଫାଣ୍ଡିରେ ସାଧାରଣ ଲୋକଙ୍କୁ କିପରି ନ୍ୟାୟ ମିଳୁଥିବା ତାହା ସହଜେ ଅନୁମେୟ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.