ମହଙ୍ଗା ପଡ଼ିଲା ସାପକୁ ଚୁମା: ଜେଲ୍ ଗଲେ ରୋହିତ, ତଦନ୍ତ ପରିସରଭୁକ୍ତ ହେବେ ଯୁବତୀଗଣ

Get real time updates directly on you device, subscribe now.

ବରଗଡ଼,(ବି.ବି.ନ୍ୟୁଜ୍): ନାଗ ସାପକୁ ଚୁମା ଦେବା ମହଙ୍ଗା ପଡ଼ିଛି । ସାପକୁ ଧରିଆଣି ବେଆଇନ ଭାବେ ଘରେ ରଖି ଏହା ସହ ଖେଳି ସୋସିଆଲ୍ ମିଡ଼ିଆରେ ଛାଡ଼ିବା ଅଭିଯୋଗରେ ବରଗଡ଼ ଜଙ୍ଗଲ ବିଭାଗ ଗତକାଲି ଅଟକ ରଖିଥିବା ବରଗଡ଼ ନାଗେନପାଲିର ରୋହିତ ମେହେରଙ୍କୁ ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ରୋହିତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ସାପ ସହ ଖେଳି ତା’ର ଫଣାପଛରେ ଚୁମ୍ବନ ଦେଉଥିବା ଯୁବତୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି । ଏଭଳି ସାପ ସହ ଖେଳକୁ ସୋସିଆଲ ମିଡ଼ିଆରେ ଛାଡ଼ି ରୋହିତ ଲକ୍ଷାଧିକ ଟଙ୍କା ଉପାର୍ଜନ କରିଥିବା ନେଇ ଅଭିଯୋଗ ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଭାର ସମର୍ପଣ କରାଯିବ ବୋଲି ବରଗଡ଼ ଏସିଏଫ୍ ଶୁଭଦତ୍ତ ଚମ୍ପତିରାୟ ପ୍ରକାଶ କରିଛନ୍ତି । ଏନେଇ ବରଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ଭୁବନେଶ୍ୱର ପିସିସିଏଫ ୱାଇଲ୍ଡ ଲାଇଫ୍ ଓ ସମ୍ବଲପୁର ଆର୍ସିସିଏଫଙ୍କୁ ରିପୋର୍ଟ କରାଯାଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଅନୁମତି ମଗାଯାଇଛି ।
ସୂଚନାଯୋଗ୍ୟ ଜନସାଧାରଣଙ୍କ ଅନୁରୋଧ କ୍ରମେ ସାପ ଧରୁଥିବା ରୋହିତ ସରକାରୀ ସ୍ୱୀକୃତି ହାସଲ କରିନଥିଲେ । ସାପଙ୍କୁ ଧରିଆଣି ନିକଟ ଜଙ୍ଗଲାଞ୍ଚଳରେ ନଛାଡ଼ି ନିଜ ଘରେ ରଖୁଥିଲେ । ସେହିକ୍ରମରେ କିଛିଦିନ ତଳେ ଧରିଥିବା ସାପ ସହ ଖେଳିଥିବା ବେଳେ କିଛି ଯୁବତୀ ସାପ ଫଣାରେ ଚୁମ୍ବନ ଦେଉଥିବା ଦେଖାଯାଇଥିଲା । ଭିଡ଼ିଓଟିକୁ ସୋସିଆଲ୍ ମିଡ଼ିଆରେ ଛଡ଼ାଯିବା ପରେ ଏହା ଭାଇରାଲ ହୋଇଥିଲା । ଯାହାକୁ ନେଇ ଭୁବନେଶ୍ୱରରୁ ଅଭିଯୋଗ ଆସିବା ପରେ ରୋହିତଙ୍କୁ କାବୁ କରାଯାଇଥିଲା । ତଦନ୍ତରୁ ତାଙ୍କ ଘରୁ ଏକ ସାପ ଧରା ବାଡ଼ି ହିଁ ବାହାରିଥିଲେ ମଧ୍ୟ ଝିଅଙ୍କ ସାମିଲ ଘଟଣାକୁ ବେଶ ମଜବୁତ କରିଥିଲା । ଅନ୍ୟପକ୍ଷରେ ସାପ ଧରୁଥିବା ରୋହିତ ଫେସବୁକ୍ରେ ଅଶୋକ ମେହେର ନାଁରେ ଆକାଉଣ୍ଟ ଖୋଲି ଥିବା ବେଳେ ସେଥିରେ କିଛି ବିଦେଶୀ ଅର୍ଥ ଜମା ହୋଇଥିବାରୁ ଘଟଣାଟି ସନ୍ଦେହର ବଳୟ ଭିତରକୁ ଠେଲି ହୋଇଛି । ବରଗଡ଼ ଜଙ୍ଗଲ ବିଭାଗ ଏନେଇ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଶ୍ରୀ ଚମ୍ପତିରାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons