ମହାନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ମହନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଛି। ମୃତା ଯୁବତୀ ହେଲେ ବଡ଼ମ୍ବାଥାନା ବିଧାରପୁର ଗାଁର ଲିପା ନାଏକ। ତାଙ୍କ ବୟସ ୨୯ ବର୍ଷ। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମୋବାଇଲ୍‌ରେ ଗପି ଗପି ଆସୁଥିବା ଲିପା ନାଏକ ହଠାତ୍ ମହାନଦୀକୁ ଡ଼େଇ ପଡିଥିଲେ। ଏହାପରେ ଘଟଣାସ୍ଥଳରେ ଡମପଡା ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଚାରି ଘଣ୍ଟା ଖୋଜାଖୋଜି କରିବା ପରେ ଯୁବତୀଙ୍କ ମୃତଦେହ ମିଳିଥିଲା।
ପ୍ରତ୍ୟେକ୍ଷ ଦର୍ଶୀ ବୟାନ ଅନୁସାରେ ସୁବର୍ଣ୍ଣପୁର ଆଡ଼ୁ ଲିପା ମୋବାଇଲ ଫୋନ୍‌ରେ ଗପି ଗପି ବ୍ରିଜ ଉପରେ ଚାଲିଚାଲି ଅସୁଥିବାବେଳେ ହଠାତ ମହାନଦୀ ପାଣିକୁ ଡେଇଁ ପଡିଥିଲା। ପରେ ପୋଲିସିକୁ ଖବର ଦେବାରେ ପୋଲିସ୍‌ ଏବଂ ଅଗ୍ନିଶମ ବାହିନୀଙ୍କ ମିଳିତ ଉଦ୍ୟମରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତା ଯୁବତୀଙ୍କ ବାପା ହସ୍ପିଟାଲରେ ଚାକିରି କରିଛନ୍ତି। କିନ୍ତୁ ଲିପା କାହିଁକି ମହାନଦୀକୁ ଡ଼େଇଁ ଆତ୍ମହତ୍ୟା କଲେ ତାର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି। ଲିପାଙ୍କ ମୃତଦେହର ଶବବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ୍‌ ସୂଚନା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons