ବୌଦ୍ଧ,(ବି.ବି.ନୁ୍ୟଜ୍):ପୂର୍ଣ୍ଣଗଭା ମହାନଦୀ ମଧ୍ୟରେ ଆଜି ମର୍ଜାକୁଦର ୨ ଜଣ ଲୋକ ଏକ ଡଙ୍ଗାରେ ସାର ବୋଝେଇ କରି ବୌଦ୍ଧରୁ ନେଇ ଯାଉଥିବା ବେଳେ ହଠାତ ଡଙ୍ଗାଟି ମଝି ନଦୀରେ ବୁଡି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନା ମତେ ବୌଦ୍ଧ ଏନଏସିର ଦୁଇଟି ୱାର୍ଡ ମର୍ଜାକୁଦ ମହାନଦୀ ମଧ୍ୟରେ ରହିଥିବାରୁ ଏହି ଅଞ୍ଚଳଟି ସବୁବଳେ ଖରା, ବର୍ଷା, ଶୀତପାଣି ଘେରାରେ ରହିଥାଏ । ବର୍ଷାଦିନ ହେଲେ ମର୍ଜାକୁଦବାସୀ ଦେଶୀଡଙ୍ଗାରେ ପ୍ରଖର ଜଳତ୍ସତରେ ଭଗବାନଙ୍କ ଭରସାରେ ଯାତାୟତ କରିଥାନ୍ତି । ଏହି ଯାତାୟାତ ସମୟରେ ବିଭିନ୍ନ ସମୟରେ ଡଙ୍ଗା ବୁଡି ହେବାର ନଜିର ରହିଛି । ଆଜି ମର୍ଜାକୁଦର ଦେବେନ୍ଦ୍ର ଦେହୁରୀ ଓ ରାଜେଶ ଭୁକ୍ତା ଏକ ଡଙ୍ଗାରେ ବୌଦ୍ଧ ସହରକୁ ଆସି ବୌଦ୍ଧ ସେବା ସମବାୟ ସମିତିରୁ ଖରିଫ ଧାନ ଚାଷ ପାଇଁ ସାର ନେଇ ଡଙ୍ଗାରେ ଯାଉଥିବା ସମୟରେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସେମାନେ ଏକ ପଥରକୁ ଧରି ଥିବା ବେଳେ ନଦୀ ଆରପଟେ ମର୍ଜାକୁଦ ନଦୀକୁଳରେ ଠିଆ ହୋଇଥିବା ଲୋକମାନେ ଡଙ୍ଗା ଓଲଟି ପଡିବା ଦେଖି ସେମାନଙ୍କୁ ଉଦ୍ଧାର ପାଇଁ ଡଙ୍ଗା ସାହାଯ୍ୟ ଧାଇଁ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା । ସୂଚନା ଯୋଗ୍ୟ ଯେ, ମହାନଦୀ ଉପରେ ବୌଦ୍ଧ- ମର୍ଜାକୁଦକୁ ଏକ ପୋଲ ନିର୍ମାଣ ପାଇଁ ମର୍ଜାକୁଦବାସୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ମର୍ଜାକୁଦବାସୀଙ୍କ ଆବଶ୍ୟକତାକୁ ଦେଖି ସରକାର ଏଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଲକ୍ଡାଉନ ଓ ମହାନଦୀରେ ବିଭିନ୍ନ ସମୁଦ୍ରରେ ପାଣି ଆସିବା ଫଳରେ କାର୍ଯ୍ୟରେ ବିଳମ୍ବ ହେଉଛି । ଯଦି ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେଲେ ମର୍ଜାକୁଦବାସୀଙ୍କ ଏକ ବଡ ସମସ୍ୟାର ସମାଧାନ ହୋଇପାରନ୍ତା ।
Comments are closed, but trackbacks and pingbacks are open.