ପୁରୀ,(ବି.ବି.ନ୍ୟୁଜ୍): ଶୁକ୍ରବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାତିରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ଦେବଦମ୍ପତି ନଗର ପରିକ୍ରମା କରିଛନ୍ତି । ପାରମ୍ପରିକ ବାଦ୍ୟ ସାଙ୍ଗକୁ ଘଣ୍ଟ ଘଣ୍ଟା, କାହାଳି ଓ ମନ୍ତ୍ର ଦ୍ୱନିରେ ଶ୍ରୀକ୍ଷେତ୍ର କମ୍ପୁଥିଲା । ଦେବଦମ୍ପତିଙ୍କୁ ସ୍ୱାଗତ କରିବାକୁ ବାସିନ୍ଦାମାନେ ପରିକ୍ରମା ପଥକୁ ସୁସଜ୍ଜିତ କରିଥିଲେ । ଉଜ୍ୱଳ ଆଲୋକମାଳାରେ ଉଦ୍ଭାସିତ ହେଉଥିଲା ଠାକୁରଙ୍କ ପରିକ୍ରମା ମାର୍ଗ ।
ଗୁରୁବାର ଋକ୍ମିଣୀରୂପୀ ମା ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିôଦ ମୁତାବକ ଆଜି ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଛି । ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଠାକୁର ଠାକୁରାଣୀ ପ୍ରଥମେ ଶ୍ରୀନଅରରେ ବିଜେ ହୋଇଥିଲେ । ପରେ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିର ହୋଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଗହଳି ଲାଗିଥିଲା । ଏଥିସହିତ ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ ହୋଇଛି ।
ସନ୍ଧ୍ୟାରେ ପଟୁଆର ରାଜା ନଅରକୁ ବିଜେ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଠାକୁର ଠାକୁରାଣୀଙ୍କୁ ପାଛୋଟି ନେଇ ନଅର ଅଗଣା ଭିତରେ ପଡ଼ିଥିବା ଖଟରେ ବିଜେ କରାଇଥିଲେ । ସେଠାରେ ପଞ୍ଚୋପଚାରରେ ପୂଜା ହୋଇଥିଲା । ଗଜପତି ମହାରାଜା ଦେବଦମ୍ପତିଙ୍କୁ ବନ୍ଦାପନା କରି ଚାମର ଆଲଟ କରିଥିଲେ । ମହାଜନ ସେବକମାନେ ଦେବତାମାନଙ୍କୁ ହାତରେ ଆଣି ପାଲିଙ୍କିରେ ବିଜେ କରାଇଥିଲେ । ରାଜ ନଅରରେ ବିôଦ ସରିବାପରେ ପଟୁଆର ଜମ୍ବେଶ୍ୱରଙ୍କ ମନ୍ଦିର ବାହାରି ଥିଲା । ଶହ ଶହ ସେବକ ଓ ଭକ୍ତଙ୍କ ଗହଣରେ ଠାକୁର ଠାକୁରାଣୀ ଜମ୍ବେଶ୍ୱରଙ୍କ ମନ୍ଦିରଠାରେ ବିଜେ ହୋଇଥିଲେ । ସେଠାରେ ପଞ୍ଚୁଗ୍ରାସୀ ଭୋଗ ବିôଦ ସମ୍ପନ୍ନ ହୋଇଥିଲା । ବନ୍ଦାପନା କରାଗଲାପରେ ଦେବଦମ୍ପତି ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।
Comments are closed, but trackbacks and pingbacks are open.