ମହିମା ମିଶ୍ରଙ୍କ ଜାମିନ୍ ମାମଲା: ସିଡି ଦାଖଲ ନିର୍ଦ୍ଦେଶ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ସିୱେଜ୍ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ର ଜାମିନ୍ ଆବେଦନ କରି ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଡିଶା ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାସ ଆସନ୍ତା ୨୬ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୁଲିସ୍ ମହିମାନନ୍ଦ ମିଶ୍ରଙ୍କ ନାମରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ ମଧ୍ୟ କରିଥିଲା । ଏହି ମାମଲାରେ ସେ ଜାମିନ୍ ଆବେଦନ କରି ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons