ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ରା.ଉଦୟଗିରି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ରାମଗିରି ଥାନା ଅଧୀନ ବେତାରସିଂ ଗାଁ ନିକଟସ୍ଥ ଏକ କାଜୁ ଗଛରୁ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚô ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ବେତାରସିଂ ଗ୍ରାମର ରାଜେନ୍ଦ୍ର ଶବରଙ୍କ ଦ୍ୱିତୀୟ ପତ୍ନୀ କୁମାରୀ ଭୂୟାଁ । ରାଜେନ୍ଦ୍ର ୭ ବର୍ଷ ପୂର୍ବରୁ ନୂଆଗଡ଼ ବ୍ଲକ୍ ଜେନାପଦା ଗ୍ରାମରେ ବିବାହ କରିଥିବାବେଳେ ଗତବର୍ଷ ଅନ୍ୟଜଣଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଦ୍ୱିତୀୟ ବିବାହ ପରେ ଘରେ ସବୁଦିନ ପରିବାରିକ କଳହ ଲାଗି ରହୁଥିଲା । ହେଲେ ଆଜି ସକାଳେ ଗାଁ ନିକଟ ଏକ କାଜୁ ଗଛରେ ତାଙ୍କ ମୃତହେଦ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚô ରାୟଗଡ଼ା ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛି । ଅନ୍ୟପକ୍ଷେ କୁମାରୀଙ୍କ ଭାଇ ରାଜେନ୍ଦ୍ର ତାଙ୍କୁ ଯୌତୁକ ଦାବିକରି ନିର୍ଯାତନା ଦେଉଥିବା ବେଳେ ଆଜି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସେପଟେ ପୁଲିସ ଏହି ଘଟଣାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟବଛେଦ ରିପାର୍ଟ ନଆସିବା ପର୍ଯ୍ୟନ୍ତ ମୃତୁ୍ୟର କାରଣ ଜଣାପଡ଼ିବ ନାହିଁ ବୋଲି ଏସ୍ଡିପିଓ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons