ମହିଳା ଡାକ୍ତରଙ୍କୁ ଅସଦାଚରଣ: ଯୁବକ ଗିରଫ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ମହଙ୍ଗା ପଡିଲା କର୍ତ୍ତବ୍ୟରତା ମହିଳା ଡାକ୍ତରଙ୍କ ପ୍ରତି ଅସଦାଚରଣ । ପୀଡ଼ିତା ଡାକ୍ତରଙ୍କ ଠାରୁ ଅଭିଯୋଗ ପାଇବା ପରେ ସଙ୍ଗେ ସଙ୍ଗେ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ବାଘଡାରୋଡ ୱାର୍ଡ ନଂ ୩ର ସ୍ୱର୍ଗତଃ ଶୁଭକାନ୍ତ ମହାନ୍ତିଙ୍କ ପୁଅ ପ୍ରିନ୍ସ ମହାନ୍ତି(୩୨) ।
ସୂଚନା ମୁତାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିଫ୍ ମେଡିକାଲ ଅଫିସର (ସିଏମଓ) ଡା ପ୍ରିୟଦର୍ଶିନୀ ବେହେରା ଗତ ୫ତାରିଖ ରାତି ସାଢେ ୧୧ଟାରେ ତାଙ୍କର ଡୁ୍ୟଟି ସରିବା ପରେ ହସ୍ପିଟାଲରୁ ବାହାରୁଥିବା ସମୟରେ ଅଭିଯୁକ୍ତ ପ୍ରିନ୍ସ ମହାନ୍ତି ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଟଣା ଓଟରା କରିଥିଲା ।
ଏ ନେଇ ପୀଡିତା ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୯୧ନଂ କେଶରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିରୋଧରେ ୩୫୩,୩୫୪,୫୦୬ଆଇପିସି ଆର ଏଣ୍ଡ ଡବ୍ଲୁ୍ୟ ସେrନ ୩ ମେଡିକେୟାର ସର୍ଭିସ ପର୍ସନ ଏଣ୍ଡ ସର୍ଭିସ ଇନ୍ଷ୍ଟିଚୁ୍ୟସନସ (ପ୍ରିଭେନସନ ଅଫ୍ ଭାଓଲେନ୍ସ ଆଣ୍ଡ ଡମେଜ ପ୍ରପୋର୍ଟି) ଆକ୍ଟ୨୦୦୮ ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲା । ଅଧଘଣ୍ଟା ଭିତରେ ପୁଲିସ ଆrନ ମୁଡକୁ ଆସି ଅଭିଯୁକ୍ତ ପ୍ରିନ୍ସ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୀଡିତା ଡାକ୍ତରାଣୀଙ୍କ ୧୬୧ ସିଆରପିସିରେ ବୟାନ ରେକର୍ଡ କରିବା ସହିତ ଅନ୍ୟାନ୍ୟ ଆଇନ୍ଗତ ଦିଗ ଉପରେ ମଧ୍ୟ ଧ୍ୟାନ ଦେଇଥିବା ଜଣା ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons