ମାଓ ଗଡ଼ରେ ବନ୍ଧୁକ କାରଖାନା : ୩ ବନ୍ଧୁକ ଜବତ, ଦୁଇ ଗିରଫ

Get real time updates directly on you device, subscribe now.

ଦାରିଙ୍ଗବାଡି,(ବି.ବି.ନ୍ୟୁଜ୍): ମାଓବାଦୀଙ୍କ ଗଡ଼ କୁହାଯାଉଥିବା କନ୍ଧମାଳରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି । ଘରେ ତିଆରି ହେଉଥିଲା ଦେଶୀ ବନ୍ଧୁକ ଯାହାକି ବର୍ଷ ବର୍ଷ ଧରି ଚାଲିଥିଲା ଏଭଳି କାରନାମା । ଏଠାରୁ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା ଦେଶୀ ବନ୍ଧୁକ । ଆଜି ଦାରିଙ୍ଗବାଡ଼ି ପୁଲିସକୁ ମିଳିଛି ଏଥିରେ ସଫଳତା । ଦାରିଙ୍ଗବାଡ଼ି ଥାନା ଦଣ୍ଡିମାହା ଗ୍ରାମରେ ଥିବା ଏହି ବନ୍ଧୁକ କାରଖାନାରେ ଚଢ଼ଉ କରି ପୁଲିସ ୩ଟି ବନ୍ଧୁକ ଜବତ କରିବା ସହ ସରଞ୍ଜାମ ଜବତ କରିଛି । ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ଟୁନା ପ୍ରଧାନ (୩୫) ଓ ଚିତ୍ରସେନ ବିନ୍ଧାଣୀ । ଅନ୍ୟଜଣେ ଫେରାର ହୋଇଯାଇଛି ।
ଦଣ୍ଡିମାହା ଗ୍ରାମ ତଥା ଏନ୍ଏଚ୍ ୫୯ରୁ ମାତ୍ର ୧୦୦ ମିଟର ଦୂରରେ ଟୁନା ପ୍ରଧାନଙ୍କ ଘର । କବାଟ ନଥିବା ଗୋଟିଏ ପକ୍କା ଘରେ ସେ ପରିବାର ସହ ରୁହନ୍ତି । ଏଠାରେ ବନ୍ଧୁକ ତିଆରି ହେଉଥିବା କାହାରି ନଜରକୁ ଆସି ନଥିଲା । ଟୁନାଙ୍କ ଘର ଭିତରେ ଦେଶୀ ବନ୍ଧୁକ ତିଆରି ହେଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁଲିସ ଚଢ଼ଉ କରି ଟୁନାଙ୍କ ଏହି ଘରୁ ୩ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ତିଆରି ସରଞ୍ଜାମ ୧ ବ୍ଲୋର, ୩ଟି ହାତୁଡ଼ି, ୧ ପାଲୁ ମେସିନ, ୭ଟି ଉଘା, ୧ ଆରିପାତି, ୧ ପ୍ଲାସ୍, ଲିହଣ, ବାର୍ଷି, ସୀସାରେ ତିଆରି ୪୦ଟି ଗୁଳି, ସଣ୍ଡୁଆସି, ୧ ସ୍କୃ ଡ୍ରାଇଭର, ୧ ପ୍ଲାଷ୍ଟିକ ବୋତଲ ଗନ ପାଉଡର୍ ଜବତ କରିଛି । ଟୁନା ଏବଂ ସେଠାରେ କାମ କରୁଥିବା ଚିତସେନଙ୍କୁ ଗିରଫ କରାଯାଇଛି । ଗୋଟିଏ ବନ୍ଧୁକକୁ ପ୍ରାୟ ୭ ହଜାର ଟଙ୍କାରେ ବିକ୍ରି ହେଉଥିଲା । ସରଞ୍ଜାମ ଆଣିଥିଲେ ତିଆରି ପାଇଁ ଏମାନେ ସାଢ଼େ ୩ ହଜାର ଟଙ୍କା ପାଖାପାଖି ନେଉଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons