ମା’ଙ୍କୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

Get real time updates directly on you device, subscribe now.

ରେଢ଼ାଖୋଲ,(ବି.ବି.ନୁ୍ୟଜ୍): ମା’କୁ ପିଟି ପିଟି ମାିରଦେଲା ପୁଅ । ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା କିଶୋନଗର ଥାନା ଉଷକାପାଲୀ ପଞ୍ଚାୟତର ସାହାଜ ହାଳ ଗାଁରେ । ମୃତ ବୃଦ୍ଧଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା । ତାଙ୍କୁ ୭୦ ବର୍ଷ ହୋଇଥିଲା । ଅଭିଯୁକ୍ତଙ୍କ ନାଁ ଆର୍ତ୍ତତ୍ରାଣ ବେହେରା । ସେ ଅନ୍ନପୂର୍ଣ୍ଣାଙ୍କ ସାନ ପୁଅ ସୋମବାର ରାତିରେ ଆର୍ତ୍ତତ୍ରାଣ ମଦ ପିଇ ଘରକୁ ଆସିଥିଲେ ଓ କୌଣସି କଥାକୁ ନେଇ ମା ଅନ୍ନପୂର୍ଣ୍ଣାଙ୍କୁ ଏକ ଠେଙ୍ଗାରେ ପିଟି ରକ୍ତାକ୍ତ କରି ଦେବା ପରେ ଫେରାର ହୋଇଯାଇଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons