ବୌଦ୍ଧ,(ବି.ବି.ନୁ୍ୟଜ୍): ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ । ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନିକଟସ୍ଥ ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଏପରି ଏକ ମାଛ ତାଙ୍କ ଜାଲରେ ପଡିଛି । ମାଛର ନାଁ କଣା ବୁଦା । ପ୍ରାୟ ୪ଫୁଟ ଲମ୍ବର ଏହି ମାଛ ଓଜନ ୪୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ଖବର ପ୍ରଚାରିତ ହେବା ପରେ ମାଛ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢ଼ିଥିଲା । ଏହାପରେ ମାଛଟି ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.