ବାଲେଶ୍ୱର, (ବି.ବି.ନୁ୍ୟଜ): ବାଲେଶ୍ୱର ସହର ଉପକଣ୍ଠ ରେମୁଣା ଗୋଲେଇ ନିକଟ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଗୋଟିଏ ମାଛ ବୋଝେଇ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତୁ୍ୟ ହୋଇଛି । ମୃତକ ଜଣକ ହେଉଛନ୍ତି ସିମୁଳିଆ ଥାନା ଅଧୀନ ଅଡ଼ା ଗ୍ରାମର ରସିକ ଦାସ(୫୦) । ଏଥିରେ ଗୁରୁତର ହୋଇ ମଇତାପୁର ଗ୍ରାମର ଗୋଲକ ମଳିକ(୬୩), ଅଡ଼ା ଚନ୍ଦନପୁରର କାଳନ୍ଦୀ ଜେନା(୫୫) ଓ ରମେଶ ଦାସ, ମାର୍କୋଣାର ଗୟାଧର ମଳିକ, ବେଗୁନିଆ ଗ୍ରାମର ଅନନ୍ତ ମଳିକ, ଗଜେନ୍ଦ୍ର ମଳିକ, ମହେଶ୍ୱର ମଳିକ ଓ ରାଇକୁଳା ଗ୍ରାମର ଗଜ ମାଝୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଖବରରୁ ପ୍ରକାଶ, କଷାଫଳରୁ ପ୍ରାୟ ୯ କ୍ୱିଣ୍ଟାଲ ମାଛ ନେଇ ଭ୍ୟାନ୍ଟି ସିମୁଳିଆ ଯାଉଥିଲା । ଏଥିରେ ୧୧ ଜଣ ଲୋକ ଥିଲେ । ଦିନ ପ୍ରାୟ ପ୍ରାୟ ୧ଟା ୪୫ ମିନିଟ୍ ବେଳେ ଗାଡ଼ିଟି ୧୬ ନଂ. ଜାତୀୟ ରାଜପଥର ରେମୁଣା ଗୋଲେଇ ଅତିକ୍ରମ କରୁଥିଲା । ହଠାତ୍ ଗାଡିÿ ଭାରସାମ୍ୟ ହରାଇ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଡିଭାଇଡରକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ରସିକଙ୍କ ମୃତୁ୍ୟ ହୋଇଥିଲା । ୮ ଜଣ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି । ଶିଳ୍ପାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା । ଏନେଇ ଶିଳ୍ପାଞ୍ଚଳ ଥାନା କେସ୍ ନଂ. ୨୭୩/୨୦ରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିÿକୁ ଜବତ କରିଛି ।


Comments are closed, but trackbacks and pingbacks are open.