ମିଳିଲାନି ଚାରି କାନ୍ଧ, ଟ୍ରଲିରେ ବୁହାହେଲା ମୃତଦେହ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମହାକାଳପଡ଼ା ବ୍ଲକ୍ କରଞ୍ଜ ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ଏକ ମୃତଦେହ ପଡ଼ିରହିବା ପରେ ଶେଷରେ ପରିବାର ଲୋକେ ଅନ୍ୟ କିଛି ଉପାୟ ନପାଇ ଏକ ଟ୍ରଲି ଆଣି ମର ଶରୀରକୁ ମଶାଣିକୁ ନେଇଥିଲେ । ଏକଥା ପ୍ରଚାରିତ ହେବା ପରେ ବୁଦ୍ଧିଜୀବୀ, ସମାଜସେବୀ, ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି ।
ମିଳିଥିବା ସୂଚନା ଅନୁସାରେ, ଗୋବର୍ଦ୍ଧନପୁର ଗ୍ରାମର ଅମ୍ବିକା ପ୍ରଧାନ(୬୨)ଙ୍କ ଗତକାଲି ମୃତୁ୍ୟ ହୋଇଥିଲା । ତାଙ୍କର ମୃତୁ୍ୟ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ କହିବା କଥା, ସେ ଗତ କିଛିଦିନ ହେବ ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ । ତେବେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇ ନଥିବାରୁ ସେ କରୋନାରେ ପୀଡ଼ିତ ଥିଲେ ଅବା ନଥିଲେ ସେନେଇ କୌଣସି ସୂଚନା ମିଳିନଥିଲା । ତେବେ ତାଙ୍କର ଅନ୍ୟ ରୋଗ ଥିବା ଯୋଗୁଁ ମୃତୁ୍ୟ ହୋଇଥିବା ପରିବାର ଲୋକ କୁହନ୍ତି ।
ଅମ୍ବିକାଙ୍କ ମୃତୁ୍ୟ କେମିତି ହେଲା ତାହା ଜଣାପଡ଼ିନଥିଲେ ମଧ୍ୟ ଆତ୍ମୀୟ, ପ୍ରିୟପରିଜନ, ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ ତାଙ୍କର କରୋନାରେ ମୃତୁ୍ୟ ହୋଇଛି ବୋଲି ଆଶଙ୍କା କରି ପାଖ ମାଡ଼ିନଥିଲେ । ଅମ୍ବିକାଙ୍କ ମୃତୁ୍ୟ ଖବର ପାଇ ତାଙ୍କୁ ଚାରିକାନ୍ଧ ଦେବା ତ’ ଦୂରର କଥା ଦେଖିବାକୁ ମଧ୍ୟ ଆସିନଥିଲେ । ପରିବାର ତରଫରୁ ଆତ୍ମୀୟ, ଭାଇବନ୍ଧୁ, ଜ୍ଞାତିକୁଟୁମ୍ବଙ୍କୁ ଖବର ଦିଆଯାଇଥିଲେ ମଧ୍ୟ କେହି ଶବକୁ ମଶାଣି ନେବା ପାଇଁ ଆସିନଥିଲେ । ଦୀର୍ଘ ସମୟ ପଡ଼ିରହିବା ପରେ ଶେଷରେ ପରିବାର ଲୋକେ ଏକ ଟ୍ରଲି ଆଣି ଶବକୁ ମଶାଣି ଯାଏ ନେଇଥିଲେ । ମହିଳାଙ୍କ ଶବ ଟ୍ରଲିରେ ଯିବା ବେଳେ ଏହାକୁ ଟାଣୁଥିଲେ ନାତି ଲିପୁନି ପ୍ରଧାନ । ଆଉ ସ୍ୱାମୀ ବାବାଜୀ ପ୍ରଧାନ ଖଇକଉଡ଼ି ବିଞ୍ଚୁଥିବା ଦେଖିବାକୁ ମିଳିଥିଲା । ସାନପୁଅ ପ୍ରଦୀପ ପ୍ରଧାନ ପଛରୁ ଟ୍ରଲି ଠେଲୁଥିଲେ । ହିନ୍ଦୁଶାସ୍ତ୍ର ଅନୁସାରେ ବୋହୂ କୁନି ବସନ୍ତିଆ ଗୋବର ପାଣି ହାତରେ ପକାଉଥିଲେ । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନÿ ସୃଷ୍ଟି କରିଛି । ତେବେ ପରିବାରର ଅନ୍ୟ ସଦସ୍ୟମାନେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ପହଞ୍ଚିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ଦିଗରେ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons