ମୁମ୍ବାଇରୁ ଯାଉଥିଲେ କୋଲକାତା: ସୋନପୁରରେ ଚାଲିଗଲା ଜୀବନ

Get real time updates directly on you device, subscribe now.

ସୋନପୁର, (ବି.ବି.ନୁ୍ୟଜ୍): ଲକ୍ଡାଉନ୍ ଯୋଗୁ ମୁମ୍ବାଇରେ ଫସି ରହିଥିବା ଜଣେ ଯୁବକ କୋଲକାତା ଫେରୁଥିବାବେଳେ ସୋନପୁରରେ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କ ନାଁ ଶେଖ ଜାମେରୁଲ୍ ଇସଲାମ୍ ଌାମେରୁଲଙ୍କ ସମେତ କୋଲକାତାର ୧୪ ଜଣ ଶ୍ରମିକ ମୁମ୍ବାଇର ଏକ କମ୍ପାନୀରେ କାମ କରୁଥିଲେ । ଲକ୍ଡାଉନ୍ ଯୋଗୁ କମ୍ପାନୀ ବନ୍ଦ ହୋଇଗଲା ଏହାପରେ ଟଙ୍କା ସରିଯିବାରୁ ୨୩ ତାରିଖରେ ସେମାନେ ମୁମ୍ବାଇରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ରାସ୍ତାରେ ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି ଛତିଶଗଡ଼ର ରାୟପୁରରେ ପହଞ୍ଚିଥିଲେ । ସେଠାରୁ ଓଡ଼ିଶାରେ ପ୍ରବେଶ କରି ଏକ ବସ୍ ଉପରେ ବସି ସୋନପୁର ପର୍ଯ୍ୟନ୍ତ ଆସିଥିଲେ । ତେବେ ସୋନପୁରରୁ ୩ କିଲୋମିଟର ଚାଲିଲା ପରେ ଶେଖ ଜାମେରୁଲ୍ ଇସ୍ଲାମ ଅଚେତ ହୋଇ ତଳେ ପଡିଯାଇଥିଲେ । ସୋନପୁର ପୋଲିସ ତାଙ୍କୁ ସହରର ହାତୀଶାଳପଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା କରିଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତୁ୍ୟ କାରଣ ଜଣାପଡି ନାହିଁ । ତାଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି । ତା ସହିତ ସୋନପୁର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons