ବ୍ରହ୍ମପୁର: ପୂର୍ବରୁ ବ୍ରହ୍ମପୁରର ଅସହାୟ ଲୋକଙ୍କ ଶବ ସକ୍ରାରରେ ସହଯୋଗ କରି ଆସିଥିବା ବ୍ରହ୍ମପୁର ବିଧାୟକ ଓ ତାଙ୍କ ସହଯୋଗୀ ବୁଧବାର ଜଣେ ୪୫ ବର୍ଷୀୟା ମୁସଲିମ ମହିଳାଙ୍କ ଶବ ସକ୍ରାର ନିମନ୍ତେ ସହାୟତାର ହାତ ବଢାଇ ଆସିଛନ୍ତି । ରାୟଗଡା ଜିଲ୍ଲା ଜେ.କେ.ପୁରର ଜଣେ ଗରିବ ମହିଳାଙ୍କୁ କିଛିଦିନ ପୂର୍ବେ ରାୟଗଡ଼ା ଡାକ୍ତରଖାନାରୁ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇ ଥିଲା । ବୁଧବାର ମଧ୍ୟାହ୍ଣ ୧୨ଟାରେ ସେ କୋଭିଡ୍ ସଂକ୍ରମଣରୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ସ୍ୱାମୀ ଜଣେ ଗରିବ ଥିବାରୁ ବ୍ରହ୍ମପୁରର କିଛି ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ଅନ୍ତିମ ସଂସ୍କାର ପାଇଁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ ।
ବିଧାୟକଙ୍କ ପରାମର୍ଶକ୍ରମେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ ସମ୍ପାଦକ ମହମ୍ମଦ୍ ଫାଇଜ୍ ଖାଁ ଓ ତାଙ୍କ ଟିମ୍ ମୁସଲିମ ନୀତି ଅନୁଯାୟୀ ଏହି କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କରାଇଥିଲେ । ଶବ ସକ୍ରାର ବେଳେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱେଚ୍ଛାସେବୀଙ୍କୁ ପିପିଇ କିଟ୍ ଦିଆଯାଇ ଥିଲା । ଏଥିପାଇଁ ଉଭୟ ବ୍ରହ୍ମପୁର ବିଧାୟକ ଓ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାରଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଂଖ୍ୟାଲଘୁ ସେଲ୍ ସମ୍ପାଦକ ମହମ୍ମଦ୍ ଫାଇଜ୍ ଖାଁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.